28.1 C
Bhubaneswar
Wednesday, April 24, 2024
Homeଓଡିଶାପ୍ରତି ପଞ୍ଚାୟତରେ ହେବ କୋଭିଡ କେୟାର ହୋମ୍‌

ପ୍ରତି ପଞ୍ଚାୟତରେ ହେବ କୋଭିଡ କେୟାର ହୋମ୍‌

ଭୁବନେଶ୍ୱର : କରୋନା ମୁକାବିଲା କରିବା ପାଇଁ ସରକାର ପରବର୍ତ୍ତୀ ରଣକୌଶଳ ଘୋଷଣା କରିଛନ୍ତି । ରାଜ୍ୟର ପ୍ରତି ପଂଚାୟତରେ କୋଭିଡ କେୟାର ହୋମ୍ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କୋଭିଡ କେୟାର ହୋମରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିପାରିବେ । ହୋମ ରେ ରାଜ୍ୟର ଗ୍ରାମାଂଚଳରେ ପ୍ରାୟ ୭୦ ହଜାର ଲୋକ ରହିପାରିବେ । ପ୍ରାଥମିକ ଲକ୍ଷଣ ଥିବା ଲୋକଙ୍କୁ ହସ୍ପିଟାଲ ନିଆ ନଯାଇ ହୋମରେ ରଖାଯିବ । ଥଣ୍ଡା, ଜ୍ୱର, କାଶ ହେଉଥିବା ଲୋକଙ୍କୁ ପ୍ରଥମେ ଉକ୍ତ ହୋମରେ ରଖାଯିବ । ଟେଷ୍ଟିଂ ପରେ ରିପୋର୍ଟ ପଜେଟିଭ ଆସିଲେ କୋଭିଡ ହସ୍ପିଟାଲକୁ ନିଆଯିବ । ତେବେ କୋଭିଡ କେୟାର ହୋମ୍ ପରିଚାଳନା ଦାୟିତ୍ୱ ସରପଂଚଙ୍କ ହାତରେ ରହିବ । କୋଭିଡ ପରିଚାଳନା ବିକେନ୍ଦ୍ରୀକରଣ ପାଇଁ ଓାର୍ଡ କମିଟି ଗଠନ ହେବ । କମିଟିରେ ଓାର୍ଡ ସ୍ତରୀୟ ପ୍ରତିନିଧିଙ୍କ ସହ ଆଶା, ଅଙ୍ଗନବାଡି କର୍ମୀ ରହିବେ । କମିଟିରେ ଆଶା, ଅଙ୍ଗନବାଡି କର୍ମୀ, ଏଏନଏମ, ଏସଏଚଜି ସଦସ୍ୟା ବି ରହିବେ । ପ୍ରତି କମିଟିକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବା କ୍ଷମତା ଦିଆଯିବ । ସହରାଂଚଳ ଓାର୍ଡ କମିଟି ଓାର୍ଡ ଅଫିସରଙ୍କ ଦ୍ୱାରା ପରିଚାଳିତ ହେବ । ସହରାଂଚଳର ବଡ ବଡ ବସ୍ତିରେ କୋଭିଡ କେୟାର ହୋମ୍ କରାଯିବ ।
https://onakhabar.com/2020/06/17/list-of-sahid-20-jawans-in-lac/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking