19.1 C
Bhubaneswar
Friday, January 10, 2025
Homeଓଡିଶାସାଇକେଲରେ ଚେନ୍ନାଇରୁ ଧରାକୋଟ

ସାଇକେଲରେ ଚେନ୍ନାଇରୁ ଧରାକୋଟ

ଭୁବନେଶ୍ୱର : ସୁଦୂର ଚେନ୍ନାଇରୁ ୯ଶହ କି.ମି ଅତିକ୍ରମ କରି ୪ଜଣ ଶ୍ରମିକ ମଙ୍ଗଳବାର ଧରାକୋଟରେ ପହଂଚିଛନ୍ତି । ଜାହାଡା ଗ୍ରାମର ଜଗବନ୍ଧୁ ସ୍ୱାଇଁ, ଗୋପବନ୍ଧୁ ସ୍ୱାଇଁ, ନବଜୀବନ ପରିଡା, ଆଡିବନ୍ଧ ଗ୍ରାମର ପ୍ରଦୀପ ନାୟକ ସାଇକେଲ ଯୋଗେ ୭ ଦିନର ଲମ୍ବା ଯାତ୍ରା କରି ଏଠାରେ ପହଞ୍ଚଥିଲେ। ଶ୍ରମିକମାନେ ଚେନ୍ନାଇରେ କାମ କରୁଥିବା ବେଳେ ଲକଡାଉନ ଯୋଗୁଁ କାର୍ଯ୍ୟ ବନ୍ଦ ହେବାରୁ ଆର୍ଥିକ ସମସ୍ୟା ଓ ପେଟର ଜ୍ୱାଳା ଉତ୍କଟ ହେବାରୁ ବାଧ୍ୟ ହୋଇ ସାଇକେଲରେ ନିଜ ଭିଟାମାଟିକୁ ଫେରିଛନ୍ତି। ବ୍ଲକ ପ୍ରଶାସନ ସେମାନଙ୍କ ରହିବା ଖାଇବାର ବନ୍ଦୋବସ୍ତ କରିଛି। ଜାହାଡା ଗ୍ରାମର ୩ଜଣକୁ ଦଶମାଇଲି ସଂଗରୋଧ କେନ୍ଦ୍ର ଓ ଅନ୍ୟ ଜଣକୁ ଆଡିବନ୍ଧ ସଂଗରୋଧରେ ରଖାଯାଇଛି।
https://onakhabar.com/2020/05/19/no-housing-scheme-for-poor/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking