28.1 C
Bhubaneswar
Thursday, March 28, 2024
Homeଓଡିଶା‘ଅମ୍ଫାନ’ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ : ମୁଖ୍ୟଶାସନ ସଚିବ

‘ଅମ୍ଫାନ’ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ : ମୁଖ୍ୟଶାସନ ସଚିବ

ଭୁବନେଶ୍ୱର : ‘ଅମ୍ଫାନ’ ମୁକାବିଲାରେ ଆମେ ପୂରା ପ୍ରସ୍ତୁତ କହିଲେ ମୁଖ୍ୟଶାସନ ସଚିବ । ଏସ୍‌ଆର୍‌ସିଙ୍କ ସହ ଆଲୋଚନା ପରେ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀଙ୍କ ପକ୍ଷରୁ ସୂଚନା ମିଳିଛି । ଆଇଏମ୍‌ଡି ସୂଚନା ମୂତାବକ ପୂର୍ବ ଆକଳନ ଅନୁଯାୟୀ ‘ଅମ୍ଫାନ’ ଗତି କରୁଛି । ସବୁ ପରିସ୍ଥିତିର ସମ୍ମୁଖିନ ହେବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଏ ଯାଏଁ ୧ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି । ଦିନ ୧୦ଟା ପରେ ‘ଅମ୍ଫାନ’ ପାରାଦୀପ ଠାରୁ ସମାନ୍ତରାଳ ଗତିକରିବ । ୮ଘଣ୍ଟା ଧରି ପ୍ରାୟ ସନ୍ଧ୍ୟା ୬ଟା ଯାଏଁ ସମାନ୍ତରାଳ ଗତି କରିବ । ବିଭିନ୍ନ ବୈଷିୟିକ ଜ୍ଞାନ ଆଧାରରେ ଅମ୍ଫାନର ଗତି ଉପରେ ନଜର ରଖାଯାଇଛି । କ୍ଷୟକ୍ଷତିର ମୁକାବିଲା ପାଇଁ ସବୁ ବିଭାଗ ପ୍ରସ୍ତୁତ ।
ବିଭିନ୍ନ ସ୍ଥାନରେ ପୁନରୁଦ୍ଧାର ପାଇଁ ଟିମ୍ ଆଗୁଆ ପହଞ୍ଚି ସାରିଛନ୍ତି। ବିଶେଷ କରି ସାମ୍ଭାବ୍ୟ ବିଦ୍ୟୁତ୍ କ୍ଷତି ଓ ଏହାର ପୁନରୁଦ୍ଧାର ପାଇଁ ଗୁରୁତ୍ବ ଦିଆଯାଇଛି। ବିଭିନ୍ନ ସ୍ଥାନକୁ ବିଦ୍ୟୁତ୍ ବିଭାଗ କର୍ମଚାରୀ ଓ ବିଦ୍ୟୁତ୍ ମରାମତି ଉପକରଣ ପଠା ସରିଛି। ଅଗ୍ନିଶମ, ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସାରିଛନ୍ତି। ବାତ୍ୟା ପରବର୍ତ୍ତି ଅବସ୍ଥା ନେଇ ମଧ୍ୟ ଆମେ ପ୍ରସ୍ତୁତ ରହିଛୁ ବୋଲି ମୁଖ୍ୟଶାସନ ସଚିବ ଅସିତ୍ ତ୍ରିପାଠୀ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking