ଭୁବନେଶ୍ୱର: କରୋନା ପାଇଁ ଏବେ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିଛି । ଯାହା ଦ୍ୱାରା କରୋନା ପିଲାଙ୍କ ପାଠ ପଢା ଉପରେ ପ୍ରଭାବ ପକାଇଛି । ସେଥିପାଇଁ ଆସନ୍ତା ଶିକ୍ଷା ବର୍ଷରୁ ସିଲାବସ ଏବଂ କୋର୍ସେସ ଷ୍ଟଡି ଅଫ୍ ମ୍ୟାନେଜମେଣ୍ଟରେ ପରିବର୍ତ୍ତନ କରିବାକୁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାସ । ‘ଦୀକ୍ଷା’ କାର୍ଯ୍ୟକ୍ରମରେ କାମ କରୁଥିବା ପ୍ରାୟ ୪ ହଜାର ପିଲାଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବୃଦ୍ଧି କରିବାକୁ ମନ୍ତ୍ରୀ ଶ୍ରୀ ଦାସ ମଧ୍ୟ ଦାବି କରିଛନ୍ତି । ବର୍ତ୍ତମାନ ଦୀର୍ଘ ତିନି/ଚାରି ମାସ ସମସ୍ତ ସ୍କୁଲ ବନ୍ଦ ଥିବାରୁ ପିଲାଙ୍କୁ ପାଠ ପଢାରେ ବହୁତ ସମସ୍ୟା ହେଉଛି । ସେଥିପାଇଁ ସେମାନେ ଅନଲାଇନରେ ପାଠ ପଢୁଛନ୍ତି । ତେବେ ଏହି କାରଣରୁ ଯଦି ସିଲାବସରେ ପରିବର୍ତ୍ତନ କରାଯାଏ, ତେବେ ଏହା ପିଲାଙ୍କ ପାଇଁ ଭଲ ହେବ ବୋଲି ସେ କହିଛନ୍ତି । କେନ୍ଦ୍ର ଏହି ବିଷୟ ଉପରେ ବିଚାର କରିବା ଉଚିତ ।