27.1 C
Bhubaneswar
Sunday, June 29, 2025
Homeଏକ୍ସକ୍ଲୁସିଭ୍ଅକ୍ଷୟ ତୁତୀୟ ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଵା ନେଇ ସନ୍ଦେହ

ଅକ୍ଷୟ ତୁତୀୟ ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଵା ନେଇ ସନ୍ଦେହ

ପୁରୀ (ରାକେଶ କୁମାର ନନ୍ଦ) : କରୋନା ମହାମାରୀ ପାଇଁ ପୁରୀ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଆୟଜନରେ ପ୍ରଶ୍ନବାଚୀ ସୁଷ୍ଟି ହୋଇଛି ! ଆସନ୍ତା 26 ତାରିଖ ରେ ରଥ କାମ ଆରମ୍ଭ ହେଵା ଥିବା ବେଳେ ଜୁନ ରେ ହେବ ମହାପ୍ରଭୁ ଙ୍କ ସ୍ନାନ ଯାତ୍ରା ଓ ରଥ ଯାତ୍ରା ! କରୋନା ସଂକ୍ରମଣର ଭୟ ସବୁଆଡେ ଛାଇହୋଇ ରହିଥିବାରୁ ଶ୍ରଦ୍ଧାଳୁ ଙ୍କ ସମାଗମ ଉପରେ ରୋକ ଲାଗିବା ଆଶଙ୍କା ରହିଛି ! ଏବେ ଲକ ଡାଉନ ରେ ରଥ କାମ କିପରି ଆରମ୍ଭ ହେବ ତାହାକୁ ନେଇ ସମସ୍ତେ ଚିନ୍ତାରେ ! ଆସନ୍ତା 26 ତାରିଖ ଅକ୍ଷୟ ତୁତୀୟ ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଵା କଥା, କିନ୍ତୁ ଏପ୍ରିଲ 30 ଯାଏ ଲକ ଡାଉନ ଜାରି ରହିବା କାରଣ ରୁ କିପରି ରଥ କାର୍ଯ୍ୟ ଆରମ୍ଭ ହେବ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ! ସାମାଜିକ ଦୂରତ୍ୟ ବଜାଇ ରଖି 150 ରୁ ଅଧିକ ବିଶ୍ୱକରମା ସେବାୟତ କିପରି ରଥ ଅନୁକୂଳ କରିବେ ତାହା ସମସ୍ତ କୁ ଦ୍ଵନ୍ଦରେ ପକାଇଛି ! ଆସନ୍ତା ମାସ ଜୁନ 5 ରେ ମହାପ୍ରଭୁ ଙ୍କ ସ୍ନାନଯାତ୍ରା, 21 ରେ ମହାପ୍ରଭୁ ଙ୍କ ନବଯୌବନ ଦର୍ଶନ, ଏବଂ ଜୁନ 23 ରେ ରଥଯାତ୍ରା ! ରଥଯାତ୍ରା ପାଇଁ 2 ମାସ ସମୟ ରହିଥିଲେ ବି ପ୍ରସ୍ତୁତି ବାଧା ପ୍ରାପ୍ତ ହେବା ନିଶ୍ଚିତ ! ରଥଯାତ୍ରା ପୂର୍ବ ରୁ ରଥ ଦୌଡ଼ି ନିର୍ମାଣ, ରଥ କନା ପ୍ରସ୍ତୁତି, ଚନ୍ଦନ, କସ୍ତୁରୀ ସଂଗ୍ରହ, ଗୁଣ୍ଡିଚାଘର ପ୍ରସ୍ତୁତି ଅନେକ ଅନୁଷ୍ଠାନିକ କାର୍ଯ୍ୟ କରାଯାଇଥାଏ ! ସମସ୍ତ ପ୍ରସ୍ତୁତି ବାଧା ପ୍ରାପ୍ତ ହୋଇଥିବା ବେଳେ ମହାପ୍ରଭୁ ଙ୍କ ରଥଯାତ୍ରା ନୀତି ମଧ୍ୟ ପ୍ରଭାବିତ ହବାର ସମ୍ଭାବନା ରହିଛି ! କରୋନା କଟକଣା ଯୋଗୁ ଚଳିତବର୍ଷ ପ୍ରଭୁ ଲିଙ୍ଗରାଜ ଙ୍କ ରଥଯାତ୍ରା ବନ୍ଧ ରହିଛି ! ଏହିପରି ସଙ୍କଟ ସ୍ଥିତି ରେ ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ରାଜ୍ୟ ସରକାର କିଛି ବଡ଼ ପଦେକ୍ଷପ ନେବେ ବୋଲି ଆଶଙ୍କା କରାଯାଇଛି !ଅନ୍ୟପଟେ ଅକ୍ଷୟ ତୁତୀୟ ଠାରୁ ମହାପ୍ରଭୁ ଙ୍କ ଚାପ 21 ଦିନ କିପରି କରାଯିବ ଏବଂ ମହାପ୍ରଭୁ ଙ୍କ ନୀତି କାନ୍ତି କିପରି ହେବ ତାହା ମଧ୍ୟ ଚିନ୍ତା ର କାରଣ ପାଲଟିଛି !

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking