ଭୁବନେଶ୍ୱର : ଖାଲି ଓଡ଼ିଶାର ନୁହେଁ ଭାରତୀୟ ଜାତୀୟ ରାଜନୀତିର ଅପ୍ରତିଦ୍ୱନ୍ଦୀ ବ୍ୟକ୍ତିତ୍ୱ ।ଓଡିଶା ଥିଲା ବିଜୁ ବାବୁଙ୍କ ପ୍ରୟୋଗଶାଳା ଓ ବିଜୁବାବୁ ଥିଲେ ଓଡ଼ିଶାର ଅନ୍ତର୍ଜାତୀୟ ପରିଚୟ । କଟକର ତୁଳସୀ ପୁରସ୍ଥିତ ଆନଦ ଭବନରେ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ପିତା ଲକ୍ଷ୍ମୀନାରାୟଣ ପଟନାୟକ ଓ ମା ଆଶାଲତା ଦେବୀ । ଅଣ କଂଗ୍ରେସ ଦଳ ପ୍ରତିଷ୍ଠାରେ ବିଜୁଙ୍କର ଥିଲା ସକ୍ରିୟ ଭୂମିକା ।କ୍ଷମତା ରେ ଥାନ୍ତୁ ବା ନଥାନ୍ତୁ ବିଜୁବାବୁଙ୍କର ଜାତୀୟ ରାଜନୀତିରେ ଥିଲା ଅଖଣ୍ଡ ପ୍ରଭାବ ।
ଏକ ସମୟରେ ଭାରତୀୟ ରାଜନୀତିର ସେ ଥିଲେ କିଙ୍ଗ ମେକର ।ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ର ରେ ଯେତେ ଉଡାଣ କରିଥିଲେ ମଧ୍ୟ ବିଜୁ ବାବୁଙ୍କ ପ୍ରାଣରେ ଥିଲେ ଓଡ଼ିଆ ।ସେଥିପାଇଁ ସେ କୁହନ୍ତି ମୁଁ ଖାରବେଳଙ୍କ ବଂଶଧର ,ମୋର ସଂସ୍କୃତି ଜଗନ୍ନାଥ ସଂସ୍କୃତି ।ମୋର ରାଜ୍ୟ କଳିଙ୍ଗ କାରଣ ଏହା ସମସ୍ତ ପ୍ରକାର କଳାରେ ଉତ୍କର୍ଷ ହାସଲ କରିଛି ।ସେହି ପ୍ରାଚୀନ ଓ ଐତିହ ନୌବାଣିଜ୍ୟ ପରମ୍ପରା କୁ ଜୀବିତ କରିବାକୁ ଯାଇ ୧୯୯୨ ରେ ଆରମ୍ଭ କରିଥିଲେ କଳିଙ୍ଗ ବାଲିଯାତ୍ରା । ପାରାଦ୍ୱୀପ ରୁ ଇଣ୍ଡୋନେସିଆ କୁ ପାଲଟଣା ଡଙ୍ଗା ମେଳି ଦେଇ ବା ଣିଜିକା ଓ ସାଂସ୍କୃତିକ ପରମ୍ପରା ଯୋଡି ଦେଇଥିଲେ । ଜାତୀୟତା ଭାବ ତଥା ତାଙ୍କ ବିଶାଳ ହୃଦୟ ତାଙ୍କୁ କ୍ଷମତା ରାଜନୀତିରୁ ଢେର ଉପରକୁ ନେଇଯାଇଥିଲା । ଓଡ଼ିଶାର ମାଟି ,ପାଣି ,ପବନରେ ବଢିଥିବା ପାଇଲଟ ଶିଳ୍ପ ପତି ତଥା ରାଜନେତା ନିଜର ବୁଦ୍ଧି ଓ ଦକ୍ଷତା ଓ ଦୁରଦୃଷ୍ଟି ବଳରେ ପାଲଟିଥିଲେ ଓଡ଼ିଆ ପ୍ରାଣର ଚିର ପ୍ରେରଣା ।ବିଜୁ ବାବୁଙ୍କ ର ପ୍ରଚଣ୍ଡ ଜାତି ପ୍ରୀତି ତାଙ୍କୁ ଆଜି ଚିର ସ୍ମରଣୀୟ କରି ରଖିପାରିଛି ।