ମୁମ୍ବାଇ: ଅକ୍ଷୟ କୁମାର ଓ କରୀନା କପୁରଙ୍କ ଅଭିନତ ଫିଲ୍ମ ଗୁଡ୍ ନ୍ୟିୁଜ ଡିସେମ୍ବର ୨୭ରେ ରିଲିଜ୍ ହୋଇଥିଲା। ରିଲିଜ୍ ହେବାର ୩ ସପ୍ତାହ ପରେ ବି ଏହା ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି । କେବଳ ଭାରତରେ ନୁହେଁ ଏହା ବିଦେଶରେ ମଧ୍ୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ଅନୁଯାୟୀ, ‘ଗୁଡ୍ ନ୍ୟୁଜ୍’ ଜାନୁଆରୀ ୧୩ ସୁଦ୍ଧା ବିଦେଶରେ ୬୯. ୨୫ କୋଟି ଟଙ୍କା ଆୟ କରିଛି।
କମେଡି ଓ ଇମୋସନ୍ରେ ଭର୍ତ୍ତି ଏହି ଫିଲ୍ମକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ବକ୍ସ ଅଫିସ୍ରେ ନିକଟରେ ଦୁଇଟି ବଡ଼ ଫିଲ୍ମ ‘ତାନାଜୀ’ ଓ ‘ଛପାକ୍’ ରିଲିଜ୍ ହୋଇଥିଲେ ମଧ୍ୟ ଅକ୍ଷୟ ଓ କରୀନାଙ୍କ ଫିଲ୍ମର ଯାଦୁ ଫିକା ପଡ଼ି ନାହିଁ। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ଅନୁସାରେ ‘ଗୁଡ୍ ନ୍ୟୁଜ୍’ ଗତ ରବିବାର ସୁଦ୍ଧା ଭାରତରେ ୧୯୦ କୋଟିରୁ ଉର୍ଦ୍ଧ ଆୟ କରି ସାରିଛି। ଖୁବ୍ଶୀଘ୍ର ଏହା ୨୦୦ କୋଟି କ୍ଲବରେ ସାମିଲ୍ ହେବ ବୋଲି ଆଶା ରହିଛି।ଏହା୨୦୧୯ରେ ଅକ୍ଷୟଙ୍କର ଚତୁର୍ଥ ବିଗ୍ ହିଟ୍ ଫିଲ୍ମ ହୋଇଛି। ଏହା ପୂର୍ବରୁ ତାଙ୍କ ଫିଲ୍ମ ‘କେଶରୀ’, ‘ହାଉସ୍ଫୁଲ୍ ୪’ ଓ ‘ମିଶନ୍ ମଙ୍ଗଲ୍’ ବକ୍ସ ଅଫିସ୍ରେ ସୁପରହିଟ୍ ହୋଇଥିଲା।
ସୂଚନାଅନୁସାରେ, ‘ଗୁଡ୍ ନ୍ୟୁଜ୍’ ଫିଲ୍ମରେ ଅକ୍ଷୟ କୁମାର ଓ କରୀନା କପୁର କିଆରା ଆଡ଼ଭାନୀ ଓ ଦଲ୍ଜିତ୍ ଦୋସାଞ୍ଝ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସିନେମାରେ ଦେଖିବାକୁ ମିଳିଛି ଯେ ‘ବତ୍ରା’ ଉପନାମ ଥିବା ଦୁଇ ଦମ୍ପତିଙ୍କର ପିଲାଛୁଆ ହେଉ ନଥିବାରୁ ସେମାନେ ଏକ ଘରୋଇ କ୍ଲିନିକ୍କୁ ଆଇଭିଏଫ୍ (ଇନ୍-ଭିଟ୍ରୋ-ଫର୍ଟିଲାଇଜେସନ୍)ର ସାହାଯ୍ୟ ନେବା ପାଇଁ ଯାଇଛନ୍ତି। କିନ୍ତୁ ସମାନ ଉପନାମ ଥିବା କାରଣରୁ ଭୁଲବଶତଃ ଶୁକ୍ରାଣୁ ଅଦଳବଦଳ ହୋଇଯାଇଛି। ଏହା ପରେ ଆରମ୍ଭ ହେଉଛି କନ୍ଫ୍ୟୁଜନ୍ ଓ ଦେଖିବା ମିଳିଛି ବହୁତ ସାରା କମେଡି। ଏହି ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ରାଜ୍ ମେହତା।