39.1 C
Bhubaneswar
Tuesday, April 23, 2024
Homeଓଡିଶାବଲାଙ୍ଗିର : ୩ ଦଫା ଦାବିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ

ବଲାଙ୍ଗିର : ୩ ଦଫା ଦାବିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ

ବଲାଙ୍ଗିର (ଦେବାଶିଷ ମିଶ୍ର) : ଗତ ମାସରେ କେନ୍ଦ୍ର ସରକାର ବଲାଙ୍ଗିର ବାଏପାସ ପ୍ରକଳ୍ପର ଜମି ଅଧିଗ୍ରହଣ ପାଇଁ ୧୯୦କୋଟି ଟଙ୍କା ଯୋଗାଇଦେଇଛନ୍ତି । ସେହିପରି ପୁର୍ବରୁ ୨୦୧୫ ରେ ମଧ୍ୟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୩୮କୋଟି ଟଙ୍କା ମଞ୍ଜୁର କରିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ଆନ୍ତରିକତା ର ଅଭାବ ଓ ବଲାଙ୍ଗିର ପ୍ରତି ବୈମାତୃକ ମନୋଭାବ ଯୋଗୁଁ ସେହି ଅର୍ଥ ବଲାଙ୍ଗିର ବିକାଶ ପାଇଁ ଉପେଯାଗ ହୋଇ ନପାରି ଫେରି ଯାଉଛି । ବଲାଙ୍ଗିର-ଖୋର୍ଦ୍ଧା ରେଳପଥ ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଉ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଆବଶ୍ୟକିୟ ଜମି ଅଧିଗ୍ରହଣ ହୋଇ ନପାରି, ପ୍ରତି ବର୍ଷ ବଜେଟ ପୁର୍ବରୁ ଅର୍ଥ ଫେରି ଯାଉଛି , ସେହିପରି ଅନ୍ୟ ପ୍ରକଳ୍ପ ମାନେ ମଧ୍ୟ ସମ ଦଶା ଭୋଗୁଛନ୍ତି । ଯାହା ରାଜ୍ୟ ସରକାରଙ୍କ ବଲାଙ୍ଗିର ପ୍ରତି ବୈମାତୃକ ମନୋଭାବ ଓ ଆନ୍ତରିକତା ର ଅଭାବ ସୁଚାଉଛି ।   କିନ୍ତୁ , ବଲାଙ୍ଗିର ର ଏହି  ୩ ଦଫା ଦାବି ପୁରଣ ନ ହେବା ଯାଏଁ, ଏହିପରି  ପ୍ରତ୍ୟେକ ମାସର ତୃତୀୟ ବୁଧବାର ଓ ଗୁରବାର ଦିନ କେନ୍ଦ୍ର ତଥା ରାଜ୍ୟ ସରକାର ସମସ୍ତ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ବଲଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଳଜି ପାଣିଗ୍ରାହି  କହିଛନ୍ତି ।
ପୁର୍ବବତ, ଆଜି ମଧ୍ୟ ବଲାଙ୍ଗିର ଏକ୍ସନ କମିଟି ତରଫରୁ ର ସମସ୍ତ କେନ୍ଦ୍ରିୟ କାର୍ଯ୍ୟାଳୟ, ବ୍ୟାଙ୍କ,ବିମା ଓ ପୋଷ୍ଟ ଅଫିସ ଆଦି ବନ୍ଦ କରାଯାଇଛି । ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ଛୁଟି ଥିବା ବେଳେ ଆସନ୍ତା କାଲି ପିକେଟିଂ କରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସମସ୍ତ  କାର୍ଯ୍ୟାଳୟ ବନ୍ଦ କରାଯିବା ନେଇ ସୁଚନା ରହିଛି । ବଲାଙ୍ଗୀରରେ ହାଇକୋଟୟ ବେଞ୍ଚ ର ପୁନଃ ସ୍ଥାପନା , ଦୀର୍ଘ ୧୫ ମାସ ହେଲା ବନ୍ଦ ହୋଇ ପଡି ରହିଥିବା ଲୋୟର ସୁକତେଲ ପ୍ରକଳ୍ପର ନିର୍ମାଣ କାମ ତୁରନ୍ତ ଆରମ୍ଭ କରିବା ଓ ବଲାଙ୍ଗୀରରେ ବାଏପାସ ରାସ୍ତା ନିର୍ମାଣ ଦାବିରେ ଆକ୍ସନ କମିଟି ତରଫରୁ ଦିଆଯାଇଥିବା ଦୁଇଦିନ ଧରି ବନ୍ଦ ଡାକରାର ପ୍ରଭାବ ପ୍ରଥମ ଦିନରେ ଦେଖିବାକୁ ମିଳିଛି । ବନ୍ଦ ର ପ୍ରଭାବରେ ସହରରେ ଥିବା  କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ବ୍ୟାଙ୍କ , ବୀମା ଓ ଡାକ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି ।  ଆକ୍ସନ କମିଟି ତରଫରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇ ବଲାଙ୍ଗୀର ର ସମସ୍ତ ସାମାଜିକ , ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ । ଆନ୍ଦୋଳନକାରୀମାନେ ଦାବି ସପକ୍ଷରେ ନାରାବାଜୀ କରିବା ସହିତ ବିଭିନ୍ନ କାର୍ଯ୍ୟାଳୟମାନଙ୍କ ସମ୍ମୁଖରେ ପିକେଟିଂ କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହିତ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଧାରଣା କାର୍ଯ୍ୟାକ୍ରମରେ ଆକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀ , ନାଗରିକ କମିଟିର ସଭାପତି ବିକ୍ରମାନନ୍ଦ ବହିଦାର ,  ବାର ଏସୋସିଏସନର ସଭାପତି ପ୍ରମୋଦ ତ୍ରିପାଠୀ , ସମ୍ପାଦକ ଅମନ ନାଗ , ସିଭିଲ ସୋସାଇଟିର ନିଳମଣୀ ମିଶ୍ର ,ବିଷ୍ଣୁ ପ୍ରସାଦ କେଡିଆ , ମନୋରଞ୍ଜନ ସାହୁ , ଭବାନୀ ଶତପଥି ,ଗୋପ ନାଥ ଓ ଅନ୍ୟାନ୍ୟ ସଙ୍ଗଠନର କର୍ମକର୍ତ୍ତମାନେ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking