20.1 C
Bhubaneswar
Thursday, January 16, 2025
Homeଅପରାଧସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟାକାଣ୍ଡ ଘଟଣା: ୫ଗିରଫ

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟାକାଣ୍ଡ ଘଟଣା: ୫ଗିରଫ

ବାଲିଗୁଡା: ସବୁ ସସପେନ୍ସର ଅନ୍ତ ଘଟିଛି ବହୁ ଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାର ପରଦା ହଟାଇଛି କନ୍ଧମାଳ ପୋଲିସ । ଆଜି ଦୁଇ ଜଣ ସୁଟରଙ୍କ ସମତେ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ବିଶ୍ଵଜିତ ପାତ୍ର ଏହି ହତ୍ୟାକାଣ୍ଡର ମାଷ୍ଟର ମଇଣ୍ଡ ଥିବା ବେଳେ ଦୁଇ ଜଣ ସହଯୋଗୀ ବାଲଜି ଆଚାରି ଓ ରାସବିହାରି ଦାସଙ୍କ ସହ ମିଶି ଦୁଇ ଜଣ ସୁଟରଙ୍କୁ ସୁପାରୀ ଦେଇଥିଲେ । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ମାଉଜର ୩ ରାଉଣ୍ଡ ଗୁଳି, ୬ଟି ମୋବାଇଲ ଜବତ କରିଛି ପୋଲିସ । ମନ୍ଦିର ବିବାଦକୁ କେନ୍ଦ୍ର କରି ଘଟଣା ଘଟିଥିବା ଜଣା ପଡିଥବା ବେଳେ କନ୍ଧମାଳ ଏସପିଙ୍କ ନେତୃତ୍ୱରେ ୪ଟି ଟିମ ଘଟଣାର ତଦନ୍ତ କରି ଥିବା ସହ ଆଉ କିଛି ଜଣ ଘଟଣାରେ ସଂପୃକ୍ତ ଥିବା କହିଛନ୍ତି କନ୍ଧମାଳ ଏସ ପି ପ୍ରତୀକ ସିଂ । ଏହି ଟିମରେ କନ୍ଧମାଳ ଏସ ପି ପ୍ରତୀକ ସିଂ, ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ, ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସାମିଲ ଥିଲେ ।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସୂଚନା ଅଧିକାରୀ କର୍ମଚାରୀ ଅଭିମନ୍ୟୁ ପଣ୍ଡାଙ୍କୁ ଡିସେମ୍ବର ୧୦ତାରିଖ ସକାଳୁ ଘରୁ ଡ଼ାକି ୨ଜଣ ଗୁଳି କରି ଫେରାର ହୋଇଯାଇଥିଲେ। ଦୀର୍ଘ ୨୦ଦିନ ପରେ ଆଜି ଏହା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking