28.1 C
Bhubaneswar
Thursday, March 28, 2024
Homeଅପରାଧଅମାବାସ୍ୟା ଦିନରୁ ନାବାଳିକା ନିଖୋଜ : ଥାନା ଘେରିଲେ ଗ୍ରାମବାସୀ (୮)

ଅମାବାସ୍ୟା ଦିନରୁ ନାବାଳିକା ନିଖୋଜ : ଥାନା ଘେରିଲେ ଗ୍ରାମବାସୀ (୮)

ବଙ୍ଗୋମୁଣ୍ଡା: ତନ୍ତ୍ର ସାଧନା ପାଇଁ ନିଷ୍ପାପ ଏକାଧିକ ଶିଶୁଙ୍କୁ ବଙ୍ଗୋମୁଣ୍ଡା ଅଞ୍ଚଳରେ ବଳି ଦେଇଥିବା ଘଟଣାମାନ ଘଟିଚାଲିଛି । ଏହି ପରିପ୍ରେକ୍ଷୀରେ ଅମାବାସ୍ୟା ଦିନ ଠାରୁ ତନ୍ତ୍ର ସାଧନା ପାଇଁ ନିଜ ଭଉଣୀକୁ ତାର ଭାଇ ବଳି ଦେଇଥାଇପାରେ ବୋଲି ଅଞ୍ଚଳବାସୀ ସନ୍ଦେହ ପ୍ରକାଶ କରିଛନ୍ତି । ନିଖୋଜ ନାବାଳିକା ଜଣକ ହେଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଝଲପ ପଞ୍ଚାୟତ ସାଲେବରଟ ଗାଁ ର ମୁଶ୍ରୁ ରଣାଙ୍କ ଝିଅ ଜନନୀ ରଣା(୧୨) । ଏହି ଘଟଣାକୁ ନେଇ ସାଲେବରଟ ଗାଁର ଶତାଧିକ ଗ୍ରାମବାସୀ ଦୋଷୀକୁ ଫାଶୀ ଦିଆଯାଉ ବୋଲି ସିନ୍ଧେକେଲା ଥାନାକୁ ଧସେଇ ପଶିଥିଲେ ।
ଜନନୀ ଗତ ଡିସେମ୍ବର ୨୪ ତାରିଖ ଠାରୁ ନିଖୋଜ ହୋଇଯାଇଛନ୍ତି । ତନ୍ତ୍ର ସାଧନା ପାଇଁ ବଳି ଦେଇ ଦିଆଯାଇ ଥାଇପାରେ ବୋଲି ପରିବାର ଲୋକେ ଓ ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି । ଏ ନେଇ ପରିବାର ଲୋକେ ଓ ରଣା ସମାଜ ପକ୍ଷରୁ ସିନ୍ଧେକେଲା ଥାନାରେ ଏତଲା ଦେବାପରେ ପୁଲିସ ତଦନ୍ତ ଆରମ୍ଭ ପ୍ରକ୍ରିଆ ଆରମ୍ଭ କରିଛି । ସୂଚନା ମତେ, ଗତ ଡିସେମ୍ବର ୨୪ ତାରିଖ ଦିନ ସକାଳ ୮ ଟା ସମୟରେ ଜନନୀର ବଡଭାଇ ଶୋଭାବନ ରଣା ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଯିବାକୁ କହି ତାକୁ ସାଇକେଲରେ ବସାଇ ନଦୀ ପର୍ଯ୍ୟନ୍ତ ଛାଡ଼ି ଦେବାକୁ ନେଇଥିଲା । ହେଲେ ଜନନୀ ସେ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଘରକୁ ଆଉ ଫେରିନାହିଁ । ପ୍ରକାଶ ଯେ, ଶୋଭାବନ ଗତ କିଛି ବର୍ଷ ତଳେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲାର ମାମୁଁ ପୁଅ ଭାଇ ମିଥୁନ ରଣା(୯)କୁ ଉକ୍ତ ଉନ୍ଦେର ନଦୀରେ ବର୍ଷକ ତଳେ କୁଞ୍ଜ ରଣାଙ୍କ ସହ ମିଶି ତନ୍ତ୍ର ସାଧନା ପାଇଁ ବଳି ଦେଇଥିଲା । ସେହି ସମୟରେ ଉଭୟେ ଜେଲ ଯାଇଥିଲେ । ହାଇକୋର୍ଟରୁ ଜାମିନ ପାଇଁ ଗତ କିଛି ମାସ ହେଲା ଘରକୁ ଆସିଥିଲେ । ତେଣୁ ଜନନୀକୁ ମଧ୍ୟ ବଳି ଦିଆଯାଇଥିବା ସିନ୍ଧେକେଲା ଅଞ୍ଚଳରେ ସନ୍ଦେହ ପ୍ରକାଶ ପାଇଛି । ସୂର୍ଯ୍ୟ ପରାଗ ଅମାବାସ୍ୟା ତିଥି ତାନ୍ତ୍ରିକଙ୍କ ସାଧନା ସିଦ୍ଧି ପାଇଁ ଏକ ସ୍ୱତନ୍ତ୍ର ଦିନ । ତେଣୁ ଶୋଭାବନ ତନ୍ତ୍ର ସାଧନା ପାଇଁ ନିଜ ଭଉଣୀକୁ ବଳି ଚଢାଇ ଥାଇପାରେ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଏହି ଘଟଣା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇଯାଇଛନ୍ତି । ତୁରନ୍ତ ପୁଲିସ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking