ମୁନିଗୁଡ଼ା : ମାଓବାଦୀମାନେ ତୁମୁଳୁକାଣ୍ଡ ଘଟାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ରାୟଗଡାର ମୁନିଗୁଡ଼ାରେ ଦେଖିବାକୁ ମିଳିଛି । ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ଜେସିବି ସମେତ ରାସ୍ତା କାମରେ ନିୟୋଜିତ ଥିବା ୩ଟି ଗାଡ଼ିକୁ ଜାଳିଦେଲେ ମାଓବାଦୀ ।
ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଶରଧାପୁରରୁ ଥୁଆପାଡ଼ିକୁ ସଂଯୋଗ କରୁଥିବା ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଏଭଳି ଲଙ୍କାକାଣ୍ଡ ଘଟାଇଥିବା ଜଣାପଡିଛି। ତେବେ ଏହି ଘଟଣା ଗତକାଲି ରାତିରେ ହୋଇଥିବା ଜଣାପଡିଛି । ୧୫ଜଣ ମାଓବାଦୀ ଟିକରପଡ଼ା ଗାଁ ନିକଟରେ ପହଞ୍ଚିଥିଲେ । ପରେ ସେଠାରେ ଥିବା ଜେସିବି ଓ ଅନ୍ୟ ଗାଡିକୁ ପୋଡି ଦେଇଥିଲେ । ଘଟଣାସ୍ଥଳରେ ୩ଟି ମାଓ ପୋଷ୍ଟର ଲାଗିଥିବାବେଳେ ରାସ୍ତା କାମ ବନ୍ଦ ପାଇଁ ମାଓବାଦୀମାନେ ଚେତାବନୀ ଦେଇଥିବା ଜଣାପଡିଛି ।
https://onakhabar.com/2019/12/28/arrested-19/