ବଲାଙ୍ଗିର,(ଦେବାଶିଷ ମିଶ୍ର)-ବଲାଙ୍ଗିର ନିକଟସ୍ଥ ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମଠାରେ ସାଇଟ୍ ର ୫୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ ଦିବସୀୟ ଜୁନିୟର ଖେଳ ଅନୁଷ୍ଠିତ ହୋଇଯାଇଛି । ସାଇଟ ସ୍ପୋର୍ଟ୍ସ ସୋସାଇଟି ଆନୁକୁଲ୍ୟରେ ଅନୁଷ୍ଠିତ ୭ଗୋଟି ଖେଳରେ ଲୋଇସିଂହା ଏବିଏଫ୍ଏ ବିଜେତା ଓ ଖଲିଆପାଲି ଜେଏସ୍ସି ଉପ ବିଜେତା ହୋଇଥିଲେ । ଏହି ଦଳ ବ୍ୟତିତ ଏକ ଦିବସିୟ ଖେଳରେ ଚନ୍ଦନଭାଟି, ଅମାମୁଣ୍ଡା, ଜରାସିଂହା, କଅଗାଁ, ଚୁଡାପାଳି, ଆଗଲପୁରଦଳ ଯୋଗଦେଇଥିଲେ । ସାଇଟ ସମ୍ପାଦକ ଇଂ ନାରାୟଣ ପ୍ରସାଦ ମିଶ୍ର ବିଜେତା ଦଳଙ୍କୁ ଟ୍ରଫିସହ ୫ ହଜାର ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫିସହ ୩ହଜାର ଟଙ୍କା ପ୍ରଦାନ କରିଥିଲେ । ଫାଓ ଓଡିଶା ତଥା ଜିଲ୍ଲା କ୍ରିଡାସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସାଂଗଠନିକ ସମ୍ପାଦକ ଡ. ସିଦ୍ଧେଶ୍ୱର ମିଶ୍ର, କ୍ରିଡାସଂସଦର ବରିଷ୍ଟ ସଦସ୍ୟ ରମାକାନ୍ତ ସେଠ୍, ଜୟରାମ ମିଶ୍ର, ଯୁଗ୍ମ ସମ୍ପାଦକ ପଦ୍ମ ଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର, ସଦସ୍ୟ କସ୍ତୁରି ରଥ, ଆବାହକ ଶଶିଶେଖର ପଣ୍ଡା, କୋଚ୍ ଚଗଲା ପରିଚ୍ଛା, ଜିଲ୍ଲା ଫୁଟ୍ବଲ କୋଚ ପରାଶର ବାଗ, କ୍ରୀଡାସଂଗଠକ ଅମନ ନାଗ, କୋଷାଧ୍ୟକ୍ଷ ଆଦିତ୍ୟ ପଟ୍ଟନାୟକ, ଅଶୋକ ପ୍ରଧାନ, ଇଶ୍ୱର ମଚ୍ଛଖଣ୍ଡ ପ୍ରମୁଖ ମଂଚାସିନ ଥାଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ଶରତ ନନ୍ଦ, ନରର୍ସିଂ ସ୍ୱାମୀ ନାଇଡୁ, ନିସାରକାନ୍ତ ନାଗ, ଦେବରାଜ ନାହାକ, ସୁଦର୍ଶନ ସେଠ୍ ଓ ବିକି ବିଶି ପରିଚାଲନା କରିଥିଲେ । ସୁନିଲ ଚନ୍ଦ୍ର ବିଶ୍ୱାଳ ମ୍ୟଚ୍ କମିଶନର ଦାୟିତ୍ୱ ତୁଲାଇଥିଲେ ।
ଆୟୋଜକଙ୍କ ସୁତ୍ରରୁ ପ୍ରକାଶ ଯେ, ଆସନ୍ତା ୧୨ ତାରିଖ ଗୁରୁବାର ଠାରୁ ୧୫ ତାରିଖ ରବିବାର ପର୍ଯ୍ୟନ୍ତ ସିନିୟର ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ୧୨ତାରିଖ ପ୍ରଥମଖେଳ ସାଇଟ ସ୍ପୋର୍ଟ୍ସ ସୋସାଇଟି ବନାମ ହୋମ୍ଗାର୍ଡ ଅନୁଗୁଲ, ଦ୍ୱିତୀୟଖେଳ ଇଲେଭେନ ଷ୍ଟାର ବଲାଙ୍ଗିର ବନାମ ସଂଘର୍ଷ କ୍ଳବ ଭୁବନେଶ୍ୱର ମଧ୍ୟରେ ହେବ । ୧୩ ତାରିଖ ପ୍ରଥମ ଖେଳ ସ୍ପୋର୍ଟ୍ସ ହଷ୍ଟେଲ ଭବାନିପାଟଣା ବନାମ ୟୁନିଟ ୬ ଭୁବନେଶ୍ୱର, ଦ୍ୱିତୀୟ ଖେଳ ବୋରା ସମ୍ବର ସ୍ପୋର୍ଟିଂ ପଦମ୍ପୁର ବନାମ ପଦ୍ମଶ୍ରୀ ସ୍ପୋଟିଂ ଫୁଲବାଣି ମଧ୍ୟରେ ହେବ । ୧୪ ତାରିଖ ସେମୀଫାଇନାଲ ଓ ୧୫ ତାରିଖରେ ଗ୍ରାଣ୍ଡ ଫାଇନାଲ ଖେଳ ହେବ ।