35.6 C
Bhubaneswar
Monday, August 3, 2026
Homeଓଡିଶାବନ୍ୟା ପରେ ୯୬ ମାମଲା ସର୍ପାଘାତ

ବନ୍ୟା ପରେ ୯୬ ମାମଲା ସର୍ପାଘାତ

ଭୁବନେଶ୍ୱର: ବନ୍ୟା ପରେ ଜଳବନ୍ଦୀ ଅଞ୍ଚଳରେ ସାପ କାମୁଡ଼ା ଘଟଣା ବୃଦ୍ଧି ପାଉଥିବାରୁ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ସରକାରୀ ସୂଚନା ଅନୁଯାୟୀ, ବନ୍ୟା ସମୟରେ ଏପର୍ଯ୍ୟନ୍ତ ୯୬ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଛି । ତେବେ ସମୟୋପଯୋଗୀ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଯୋଗୁଁ କୌଣସି ମୃତ୍ୟୁ ଘଟିନାହିଁ, ଯାହା ଏକ ଆଶ୍ୱସ୍ତିର ବିଷୟ । ବନ୍ୟା ବିପର୍ଯ୍ୟୟରେ ପ୍ରଭାବିତ ୭ଟି ଜିଲ୍ଲାରେ ୨୧ ହଜାରରୁ ଅଧିକ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ମେଡିକାଲ ଟିମ୍ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରୁଛନ୍ତି । ଜ୍ୱର, ଚର୍ମରୋଗ, ସଂକ୍ରମଣ ଓ ଅନ୍ୟାନ୍ୟ ବନ୍ୟାଜନିତ ରୋଗ ଉପରେ ବିଶେଷ ନଜର ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ବନ୍ୟା ପରେ ୧୯୫ଟି ଡାଏରିଆ ମାମଲା ଚିହ୍ନଟ ହୋଇଛି । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଶୁଦ୍ଧ ପାନୀୟ ଜଳ, ORS, କ୍ଲୋରିନ ଟ୍ୟାବଲେଟ୍ ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି । ସେହିପରି ୪୮୧ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସେମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ପରାମର୍ଶ ଦେଇଛି ଯେ, ବନ୍ୟା ପାଣିରେ ଚାଲିବା ବେଳେ ସତର୍କ ରୁହନ୍ତୁ, ରାତିରେ ଟର୍ଚ୍ଚ ବ୍ୟବହାର କରନ୍ତୁ, ଘର ଓ ଆଖପାଖକୁ ସଫା ରଖନ୍ତୁ ଏବଂ ସାପ କାମୁଡ଼ିଲେ କୌଣସି ଘରୋଇ ଚିକିତ୍ସା ନକରି ତୁରନ୍ତ ନିକଟସ୍ଥ ମେଡିକାଲକୁ ଯାଆନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking