26.1 C
Bhubaneswar
Tuesday, September 17, 2024
Homeଅପରାଧସୋମପୁର ଗ୍ରାମରେ ଆତଙ୍କରାଜ ଘଟଣାରେ ୯ ଗିରଫ

ସୋମପୁର ଗ୍ରାମରେ ଆତଙ୍କରାଜ ଘଟଣାରେ ୯ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିିଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗ୍ରାମରେ ଗତ ବୁଧବାର ଆତଙ୍କରାଜ ଘଟଣା ଘଟାଇବା ଅଭିଯୋଗରେ ପୁଲିସ୍ ୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଜମିଜମା ବିବାଦ ଓ ପୂର୍ବଶତ୍ରୁତାକୁ କେନ୍ଦ୍ର କରି କିଛି ଅସାମାଜିକ ଯୁବକ ଆତଙ୍କରାଜ ଭିଆଇଥିବା ଜଣାପଡିଛି । ଯାହା ଫଳରେ ଗ୍ରାମବାସୀ ଆତଙ୍କିତ ହୋଇପଡିଥିଲେ । ସୂଚନା ପ୍ରକାରେ ବୁଧବାର ସୋମପୁର ଗ୍ରାମର ମନମୋହନ ଗୌଡ଼ ଓରଫ ମିଟୁ ନାମକ ଜନୈକ ବ୍ୟକ୍ତି ଓ ତାଙ୍କ ସହଯୋଗୀମାନେ ବିଭିନ୍ନ ମାରଣାସ୍ତ୍ର ଧରି ସେହି ଗ୍ରାମର ବିନୋଦ ଗୌଡ଼ଙ୍କ ଘର କବାଟ ଭାଙ୍ଗିଥିଲେ । ପରିବାର ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ବିନୋଦ ଗୌଡ ଥାନାରେ ଏତଲା ଦେଇଥିଲେ ।

ବିନୋଦଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତାର ତଦନ୍ତ ଆରମ୍ଭ କରି ୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ସେହି ଗ୍ରାମର ମନମୋହନ ଗୌଡ଼ ଓରଫ ମିଟୁ (୪୩), କେଳୁ ଚରଣ ପ୍ରଧାନ(୨୩), ନୂଆଗଡ଼ ଗ୍ରାମର ଗୟା ଦାସ(୩୩), ଡେଙ୍ଗାଓସ୍ତା ଗ୍ରାମର ସୁନୀଲ ସେଠୀ(୨୪), ଡେଙ୍ଗାଓସ୍ତାର ସୁନୀଲ ଗୌଡ଼ (୨୦), ସିଙ୍ଗିପୁର ଗ୍ରାମର ପି.ଜିତେନ୍ଦ୍ର ଦୋରା(୨୧), ପୋଡାମରି ଗ୍ରାମର ପିଣ୍ଟୁ ପ୍ରଧାନ(୨୭), କରାପଲ୍ଲୀ ଗ୍ରାମର ସାଗର କୁମାର ସାହୁ(୩୦) ଓ କରାପଲ୍ଲୀ ଗ୍ରାମର ବଜରଙ୍ଗୀ ପାତ୍ର(୨୫) । ଏନେଇ ଥାନାରେ ୪୩୫/୨୩ ମାମଲା ରୁଜୁ ହୋଇଛି । ଉପରୋକ୍ତ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ହିଞ୍ଜିଳି ଥାନାଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking