27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୨୪ ଘଣ୍ଟାରେ ୮୬,୮୨୧ ଆକ୍ରାନ୍ତ ଚିହ୍ନଟ ; ୧୧୮୧ ମୃତ

୨୪ ଘଣ୍ଟାରେ ୮୬,୮୨୧ ଆକ୍ରାନ୍ତ ଚିହ୍ନଟ ; ୧୧୮୧ ମୃତ

ନୂଆଦିଲ୍ଲୀ : ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୮୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ମଧ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ତଳୁନାରେ ଏହା ସାମାନ୍ୟ କମ୍‌, ତଥାପି ବି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲୋକଙ୍କ ଭିତରେ ଭୟ ଉପୁଜାଉଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮,୬୭୮କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ୧୨ ହଜାର ୫୮୫କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ଦେଶରେ ୮୬,୮୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରାଣଘାତୀ କରୋନାରେ ୧୧୮୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୦ ହଜାର ୭୦୫କୁ ବୃଦ୍ଧି ପାଇଛି । ଏବେ ଦେଶରୁ ମୋଟ ୫୨,୭୩,୨୦୧ ସୁସ୍ଥ ହୋଇଛନ୍ତି । ମୋଟ୍‌ ୩୬ ହଜାର ୧୮୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।
ଆରୋଗ୍ୟ ହାର ୮୩.୩୩ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ୯ ଲକ୍ଷ ୪୦ ହଜାର ୪୪୧ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧୫.୧୧ ପ୍ରତିଶତ। ମୃତ୍ୟୂ ହାର ମଧ୍ୟ ୧.୫୭ ପ୍ରତିଶତକୁ ଖସିଆସିଛି। ଆଇସିଏମ୍‌ଆର ଅନୁଯାୟୀ ଦେଶରେ ମୋଟ୍‌ ୭ କୋଟି ୪୧ ଲକ୍ଷ ୯୬ ହଜାର ୭୨୯ ନମୁନା ପରୀକ୍ଷା ହୋଇଛି। ଗତକାଲି କେବଳ ୧୦ ଲକ୍ଷ ୮୬ ହଜାର ୬୮୮ ନମୁନା ପରୀକ୍ଷା ହୋଇଛି। ଗତକାଲି ମହାରାଷ୍ଟ୍ରରେ ସର୍ବାଧିକ ୪୩୦ ଜଣଙ୍କ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking