27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଟ୍ରକ୍‌ ସହିତ ଧକ୍କା ଖାଇ ଜଳିଗଲା କାର୍‌; ଜଣେ ପିଲା ସମେତ ୮ ଜୀବନ୍ତ ଦଗ୍ଧ

ଟ୍ରକ୍‌ ସହିତ ଧକ୍କା ଖାଇ ଜଳିଗଲା କାର୍‌; ଜଣେ ପିଲା ସମେତ ୮ ଜୀବନ୍ତ ଦଗ୍ଧ

ବରେଲି: ଶନିବାର ରାତିରେ ଉତ୍ତର ପ୍ରଦେଶ ଅନ୍ତର୍ଗତ ବରେଲି-ନୈନିତାଲ୍‌ ରାଜପଥ ନିକଟ ଭୋଜିପୁରଠାରେ ଗୋଟାଏ ଡମ୍ପର୍‌-ଟ୍ରକ୍‌ ସହିତ ଗୋଟାଏ କାର୍‌ ଧକ୍କା ଖାଇ ଜଳିଯିବାରୁ ସେଥିରେ ଥିବା ଜଣେ ପିଲା ସମେତ ୮ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ମରିଯାଇଥିବା କଥା ପୁଲିସ କହିଛି। ପୁଲିସ କହିଛି, ‘ସେଣ୍ଟ୍ରାଲ୍‌ ଲକ୍‌’ ବ୍ୟବସ୍ଥା ଥିବାରୁ ଜ୍ବଳନ୍ତ କାର୍‌ରେ ଥିବା ଯାତ୍ରୀମାନେ ବାହାରକୁ ଆସିପାରି ନ ଥିଲେ। ଉତ୍ତରାଖଣ୍ଡରୁ ବାଲି ନେଇ ଆସୁଥିବା ଉକ୍ତ ଡମ୍ପର୍‌-ଟ୍ରକ୍‌ ସହିତ ଧକ୍କା ଖାଇ କାର୍‌ର ଟାୟାର୍‌ ଫାଟି ଯିବାରୁ ତାହା ରାଜପଥର ଅପରପାର୍ଶ୍ବକୁ ଛିଟିକି ପଡ଼ିବା ଫଳରେ ସେଥିରେ ବିସ୍ଫୋରଣ ହୋଇଥିଲା।

ଫଳରେ କାର୍‌ଟି ଜଳି ଉଠିଲା। କାର୍‌ରେ ଭିତରପଟୁ ତାଲା ପଡ଼ିଥିବାରୁ ସେଥିରେ ଥିବା ଯାତ୍ରୀମ‌ାନେ ବାହାରି ନ ପାରି ପୋଡ଼ି ହୋଇ ପ୍ରାଣ ହରାଇଲେ। ବରେଲି ‘ଏସ୍‌ଏସ୍‌ପି’ ଘୁଲେ ଚନ୍ଦ୍ରଭାନ୍‌ କହିଛନ୍ତି, ଭୋଜିପୁର ନିକଟ ରାଜପଥରେ ଦୁର୍ଘଟଣା ଘଟିଛି। ଗୋଟାଏ କାର୍‌ ଗୋଟାଏ ଟ୍ରକ୍‌ ସହିତ ଧକ୍କା ଖାଇଛି। କାର୍‌ଟି ଘୋଷାରି ହୋଇ ଯିବାରୁ ସେଥିରେ ନିଆଁ ଲାଗିଗଲା। କାର୍‌ଟି ‘ସେଣ୍ଟ୍ରାଲି ଲକ୍‌’ ଥିବାରୁ ସେଥିରେ ଥିବା ଲୋକମାନେ ନିଆଁରେ ପୋଡ଼ି ହୋଇ ଜୀବନ ହରାଇଲେ। ପୋଡ଼ିଯାଇଥିବା କାର୍‌ରୁ ସେମାନଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୭ଜଣ ପ୍ରାପ୍ତ ବୟସ୍କ ଓ ଜଣେ ପିଲା ଅଛନ୍ତି। ସେମାନେ ଏକ ବିବାହ ଅନୁଷ୍ଠାନରେ ଯୋଗ ଦେବାକୁ ଯାଉଥିଲେ। ଶବଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି। ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ଖବର ଦେବା ଲାଗି ସରକାରୀ କର୍ତ୍ତୃପକ୍ଷମାନେ ବ୍ୟବସ୍ଥା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking