28.1 C
Bhubaneswar
Saturday, July 27, 2024
Homeଓଡିଶାଆଜିର ଅନୁଚିନ୍ତା _

ଆଜିର ଅନୁଚିନ୍ତା _

କାହାକୁ କିଛିବା ଦିଅକି ନଦିଅ*
କରନାହିଁ କେବେ ହିଂସା,
ନିଜର ଯେତିକି ସେତିକିରେ ରହି
ଅଧିକ କରନି ଆଶା ।

ରାତି ପାହିଗଲା ପରେ ଯେପରି ସକାଳ ଆସେ ସେହିପରି ଦୁଃଖ ପରେ ସୁଖ ନିଶ୍ଚିତ ଆସେ, କେବଳ ପାର୍ଥକ୍ୟ ଏତିକି ସୁଖ ଜୀବନରେ ଅହଙ୍କାର ଭରିଦିଏ ଦୁଃଖ କିଛି ଶିକ୍ଷା ଦେଇଯାଏ ଓ ଜୀବନର ପ୍ରକୃତ ମୂଲ୍ୟ ଚିହ୍ନେଇ ଦେଇ ଯାଏ ।

ମଣିଷ ହିଁ ମଣିଷକୁ ଦୁଃଖ ଓ କଷ୍ଟ ଦେଇଥାଏ କିନ୍ତୁ ବିଚରା ମଣିଷ ଭଗବାନଙ୍କୁ ଦୋଷ ଦେଇଥାଏ ।

Life ରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଯଦି ଲୋକଙ୍କ କଥା ପ୍ରତି ବଧିର ହୋଇଯାଆନ୍ତୁ, ଯଦି ଲୋକଙ୍କ କଥା ଶୁଣିବେ ମନୋବଳ ଓ ହୃଦୟ ଭାଙ୍ଗିବ ।

.

ସନ୍ଧ୍ୟା ସମୟ, ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ….

ଲକ୍ଷ୍ୟ ଜୀବନକୁ ବ୍ୟସ୍ତ ଶିଖାଏ….

ଅଦ୍ଯ ବିଛା ବି୨୪ନ, ମାର୍ଗଶୀର କୃଷ୍ଣ ଦ୍ଵାଦଶୀ ଦ ୨।୨୬ ଦିଘ୭।୧୧,ସ୍ବାତୀ ଦ୧୫।୩୪ ଦିଘ ୧୨।୨୭,ତୁଳା ଚନ୍ଦ୍ର ଦ୬୦ ନିଶାନ୍ତ।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ବିଛା ଦ୪/୨୧/୨୦ ଇଂଘ ୬/୧୩/୨୯ ଗତେ ଉଦୟ।
ବୃଷ ଦ୪/୧୭/୨୦ ଇଂଘ୫/୦୩/୩୫ ଗତେ ଅସ୍ତ ।

ଯୋଗିନୀ ନୈରୃତେ । ଦିବା ଘ୭।୧୧ ଗତେ ଦକ୍ଷିଣେ । ଦିବା ଘ୭।୮ ଗତେ ଯାତ୍ରା ଶୁଭ । ଦିବା ଘ୭।୭ ଗତେ ଦେବତାଗଠନ, ନୌକାଗଠନ ଓ ଚାଳନ ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଅଦ୍ୟ ଦିବା ଘ୧୧।୪୭ ମଧ୍ୟେ ବିବାହ ଓ ପାଣିଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୨।୨୭ ଗତେ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ଅଶ୍ଲେଷା ପୂର୍ବାଫାଃ ହସ୍ତା ସ୍ନାତା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ମେଷ ରାଶିର ଘାତବାର । ଦିବା ଘ୧୦।୧୮ ଗତେ ଘ୧।୦ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୧୮ ଗତେ ଘ୨।୫୭ ମଧ୍ୟେ କାଳରାତ୍ରି । ମୃତେ ଦ୍ବିପାଦ ଦୋଷ । ଫଳଂ କୃଷି ଓ ପଶୁ ହାନି । ଭୂମି ଓ ଅନ୍ନ ଦାନ । ଦିବା ଘ୭।୧୧ ଗତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ଦିବା ଘ୧୨।୨୭ ଗତେ ଦ୍ଵିପାଦ ଦୋଷ । ଫଳଂ କୃଷି ସନ୍ତାନ ହାନି । ଭୂମି ଓ ତିଳକାଞ୍ଚନ ଦାନ।ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ପୂତିକା(ପୋଇ) ଦିବା ଘ୭।୧୧ ଗତେ ବାର୍ତ୍ତାକୀ (ବାଇଗଣ) ଭକ୍ଷଣ ନିଷେଧ ।

(ଅମୃତ) – ଦିବା ଘ୭।୩ ଗତେ ଘ୯।୨୭ ମଧ୍ୟେ ଘ୧୨।୩୯ ଗତେ ଘ୩।୫୧ ମଧ୍ୟେ ରାତ୍ରି ଘ୭।୨୮ ଗତେ ଘ୯।୪ ମଧ୍ୟେ ଘ୧୧।୨୮ ଗତେ ଘ୧।୪ ମଧ୍ୟେ ଘ୧।୫୨ ଗତେ ଘ୫।୪ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୪।୩୯ ଗତେ ଘ୫।୪ ମଧ୍ୟେ ।
ରାଶି ଫଳ

ମେଷ: ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଆଗକୁ ବଢ଼ିବା ଲାଗି କିଛି ନୂଆ ଭାବିବେ।

ବୃଷ: ପ୍ରିୟ ବନ୍ଧୁ ଠାରୁ ସାହାଯ୍ୟ ମିଳିବାର ସମ୍ଭାବନା ଅଛି। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ଦ୍ବିପ୍ରହର ସୁଦ୍ଧା ଆପଣ ଭଲ ଖବର ପାଇବେ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ନିଜ କାମରେ ଅଧିକ ପାଣ୍ଠି ଲଗାଇ ପାରନ୍ତି। ସରକାରୀ ଚାକିରିଆ ସୁସମ୍ବାଦ ପାଇବେ। ପାରିବାରିକ ଜୀବନ ସୁଖକର ହେବ।

କର୍କଟ: ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଆୟ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ଭୂସଂପତ୍ତି ସମ୍ବନ୍ଧୀୟ କାମ ସଂପୂର୍ଣ୍ଣ ହୋଇଯିବ।

ସିଂହ: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ମହତ୍ତ୍ବପୂର୍ଣ୍ଣ ବିଷୟରେ ବନ୍ଧୁ ସହ କଥା ହେବେ।

କନ୍ୟା: ବ୍ୟବସାୟରେ ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନଯୋଗ ଦେବେ।

ତୁଳା: କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁଁ ଅଧିକ ଲାଭ ପାଇବେ। ଅଫିସରେ ସବୁ ଲୋକଙ୍କ ସହ ତାଳମେଳ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ବିଛା: ସବୁ କାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପଯୋଗୀ ଜିନିଷ ଉପହାର ଦେବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ଧନୁ: ଆପଣ ବିଶେଷ କାମରେ ଲୋକଙ୍କ ସହଯୋଗ ପାଇବେ। ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।

ମକର: ଭାଗ୍ୟ ଉପରେ ସଂପୂର୍ଣ୍ଣ ଭରସା ନ କରି ଅଧିକ ପରିଶ୍ରମ କରନ୍ତୁ। ଚାକିରିଆଙ୍କର ମନପସନ୍ଦ ଜାଗାକୁ ବଦଳି ହୋଇପାରେ। ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ।

କୁମ୍ଭ: ଶୀଘ୍ର କୌଣସି ନୂଆ ଦାୟିତ୍ବ ପାଇବେ। ଆପଣଙ୍କ ବୁଦ୍ଧି ବିରୋଧୀମାନଙ୍କୁ ଦୂରରେ ରଖିବ। ଗୃହିଣୀମାନେ ଘର କାମ ଯଥା ସମୟରେ ସଂପୂର୍ଣ୍ଣ କରିଦେବେ।

ମୀନ: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। କ୍ୟାରିୟରରେ କୌଣସି ଭଲ ସୁଯୋଗ ପାଇବେ। ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ହେବ। ପ୍ରେମ ଜୀବନ ମଧୁର ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking