ନୂଆଦିଲ୍ଲୀ : ମଧ୍ୟପ୍ରଦେଶ କନୋ ଜାତୀୟ ଉଦ୍ୟାନକୁ ଛଡାଗଲା ଚିତାବାଘ । କୁନୋ ଜାତୀୟ ଉଦ୍ୟାନରେ ୮ ଚିତାବାଘ ଛାଡିଲେ ପ୍ରଧାନମନ୍ତ୍ରୀ । ଜନ୍ମ ଦିନରେ ଜାତୀୟ ଉଦ୍ୟାନକୁ ଚିତାବାଘ ସମର୍ପଣ କଲେ ମୋଦି ।ନାମିବ୍ୟିାରୁ ୮ ଚିତାବାଘ ବିମାନରେ ଆସିବା ପରେ ଛାଡିଲେ । ୮ ଚିତାଙ୍କ ମଧ୍ୟରେ ୫ଟି ମାଇ ଓ ୩ଟି ଅଣ୍ଡିରା ଥିବା ସୂଚନା । ଦୀର୍ଘ ୭୦ ବର୍ଷ ପରେ ଭାରତରେ ଦେଖିବାକୁ ମିଳିଲା ଚିତାବାଘ ।
ଦୁଇଟି ଅଣ୍ଡିରା ବାଘର ବୟସ ସାଢ଼େ ୫ ବର୍ଷ ଥିବା ବେଳେ ଆଉ ଜଣଙ୍କ ବୟସ ସଢେ ୪ ବର୍ଷ । ମାଇ ଚିତାଙ୍କ ମଧ୍ୟରୁ ୨ଟିର ବୟସ ୫ ବର୍ଷ, ଆଉ ଦୁଇଟିର ବୟସ ଅଢେଇରୁ ୪ ବର୍ଷ ଏବଂ ସବୁଠୁ କନିଷ୍ଠ ଚିତାର ବୟସ ଦୁଇ ବର୍ଷ । ଏମାନେ ଏହି ସ୍ୱତନ୍ତ୍ର ବିମାନରେ ଭାରତ ଆସିଛନ୍ତି। ଚିତାବାଘ ଆଣିବା ଲାଗି ପ୍ରଥମେ ପ୍ରକ୍ରିୟା ଆରମ୍ଭ ହୋଇଥିଲା ୨୦୦୯ରେ । ନାମିବ୍ୟାର ଚିତା କଞ୍ଜରଭେସନ ଫଣ୍ଡ ବା ସିସିଏଫର ବିଶେଷଜ୍ଞମାନେ ପ୍ରଥମେ ଭାରତକୁ ଏହି ପ୍ରସ୍ତାବ ଦେଇଥିଲେ । ପ୍ରାୟ ୧୨ ବର୍ଷ ମଧ୍ୟରେ ପ୍ରକଳ୍ପର ଅନୁଧ୍ୟାନ ଲାଗି ସିସିଏଫର ମୁଖ୍ୟ ଡକ୍ଟର ଲରି ମାର୍କର ବହୁଥର ଭାରତ ଆସିଥିଲେ । ଗତ ୨୦୨୦ ଜାନୁଆରୀରେ ଚିତା ପ୍ରକଳ୍ପକୁ ଅନୁମୋଦନ କରିଥିଲେ ସୁପ୍ରିମକୋର୍ଟ । ଫଳରେ ଜୁଲାଇ ୨୦୨୦ର ଭାରତ ଓ ନାମିବ୍ୟା ମଧ୍ୟରେ ଏକ ବୁଝାମଣା ଚୁକ୍ତି ହୋଇଥିଲା ।