28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶବାମପନ୍ଥୀ ଉଗ୍ରବାଦ ଘଟଣାରେ ୭୭% ହ୍ରାସ: ସିଆର୍‌ପିଏଫ୍ ଡିଜି

ବାମପନ୍ଥୀ ଉଗ୍ରବାଦ ଘଟଣାରେ ୭୭% ହ୍ରାସ: ସିଆର୍‌ପିଏଫ୍ ଡିଜି

ନୂଆଦିଲ୍ଲୀ : ଦେଶରେ ବାମପନ୍ଥୀ ଉଗ୍ରବାଦ (ନକ୍ସଲ) ଘଟଣାରେ ପାଖାପାଖି ୭୭ ପ୍ରତିଶତ ହ୍ରାସ ଘଟିଛି ବୋଲି ସିଆର୍‌ପିଏଫ୍ ଡିଜି କୁଲଦୀପ ସିଂହ କହିଛନ୍ତି । ୨୦୦୯ରେ ଏହି ଘଟଣା ୨୨୫୮ ସହ ଉଚ୍ଚସ୍ତରରେ ଥିଲା । ଏବେ ଏଥିରେ ହ୍ରାସ ଘଟି ୫୦୯ ହୋଇଛି । ସେହିପରି ମୃତ୍ୟୁ ଦରରେ ମଧ୍ୟ ୮୫ ପ୍ରତିଶତ ହ୍ରାସ ଘଟିଥିବା ଜଣାଯାଇଛି । ଅନ୍ୟପକ୍ଷରେ ବିହାର ନକ୍ସଲ୍‌ମୁକ୍ତ ରାଜ୍ୟ ହୋଇଛି ବୋଲି ଡିଜି କହିଛନ୍ତି । କୁଲଦୀପ ସିଂହ କହିଛନ୍ତି, ନକ୍ସଲବହୁଳ ଅଞ୍ଚଳ ଥିବା ଝାଡ଼ଖଣ୍ଡର ବୁଦ୍ଧପାହାଡ଼କୁ ମୁକ୍ତ କରାଯାଇଛି । ତିନିଟି ଭିନ୍ନ ଭିନ୍ନ ଅପରେସନ୍‌ରେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଛି । ସୁରକ୍ଷାକର୍ମୀ ହେଲିକପ୍ଟରରେ ସେଠାରେ ପହଞ୍ଚିଛନ୍ତି ଏବଂ ସେଠାରେ ସୁରକ୍ଷାକର୍ମୀଙ୍କ ସ୍ଥାୟୀ କ୍ୟାମ୍ପ୍ ସ୍ଥାପନ କରାଯିବ । ଡିଜିଙ୍କ ଅନୁସାରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଅପରେସନ୍ ଥଣ୍ଡରଷ୍ଟର୍ମରେ ଛତିଶଗଡ଼ରେ ୭, ଝାଡ଼ଖଣ୍ଡରେ ୪ ଏବଂ ମଧ୍ୟପ୍ରଦେଶରେ ୩ ନକ୍ସଲ୍ ପ୍ରାଣ ହରାଇଛନ୍ତି । ମୋଟ ୫୭୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି କିମ୍ବା ସେମାନଙ୍କୁ ଗିରଫ କରାଯାଇଛି । ଏହାକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୁରକ୍ଷାକର୍ମୀଙ୍କ ପ୍ରଶଂସା କରିଛନ୍ତି । ଏଥିପାଇଁ ସେ ସିଆର୍‌ପିଏଫ୍‌, ସୁରକ୍ଷା ଏଜେନ୍ସି ଏବଂ ରାଜ୍ୟ ପୁଲିସ ଫୋର୍ସକୁ ବଧାଇ ଜଣାଇଛନ୍ତି । ସେ କହିଛନ୍ତି, ନକ୍ସଲ ବିରୋଧୀ ଅପରେସନ୍‌ରେ ସୁରକ୍ଷାକର୍ମୀ କେତେକ ଅଞ୍ଚଳକୁ ନକ୍ସଲମୁକ୍ତ କରିଦେଇଛନ୍ତି । ଏହା ଆଗକୁ ମଧ୍ୟ ଜାରି ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking