39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶମେକ୍ସିକୋ ବାର୍‌ରେ ଫାୟାରିଂ, ୧୦ ମୃତ

ମେକ୍ସିକୋ ବାର୍‌ରେ ଫାୟାରିଂ, ୧୦ ମୃତ

ମେକ୍ସିକୋ ସିଟି : ଗୁରୁବାର ସେଣ୍ଟ୍ରାଲ୍ ମେକ୍ସିକୋର ଏକ ବାର୍‌ରେ ଫାୟାରିଂ ହେବା କାରଣରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ମିଡିଆ ରିପୋର୍ଟ ଅନୁସାରେ ଜଣେ ଆକ୍ରମଣକାରୀ ବାର୍‌ରେ ପ୍ରବେଶ କରିବା ମାତ୍ରେ ହିଁ ଆଖିବୁଜା ଫାୟାରିଂ କରିଥିଲା । ଏହାକୁ ନେଇ ବାର୍‌ରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହି ଫାୟାରିଂ ଘଟଣାର ଏକ ଭିଡିଓ ଭାଇରାଲ୍ ହୋଇଛି । ଏଥିରେ ଲୋକଙ୍କ ଚିତ୍କାର ଶୁଭୁଥିବା ବେଳେ କେତେକ ଲୋକ ଦୌଡ଼ି ବାର୍ ବାହାରକୁ ପଳାଉଥିବା ଦେଖିବାକୁ ମିଳିଛି । ଗୁଳିବର୍ଷର ଶବ୍ଦ ମଧ୍ୟ ସ୍ପଷ୍ଟ ଶୁଣାଯାଉଛି । ଆକ୍ରମଣ ସୂଚନା ମିଳିବା ମାତ୍ରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଫାୟାରିଂର ପ୍ରକୃତ କାରଣ ଜଣାପଡ଼ି ନାହିଁ । ତେବେ ଏହା ଏକ ଗ୍ୟାଙ୍ଗ୍‌ୱାର୍ ଥିଲା ଏବଂ ପ୍ରତିଶୋଧ ନେବାକୁ ଏପରି ଫାୟାରିଂ କରାଯାଇଥିବା କୁହାଯାଉଛି । ପୁଲିସ ଘଟଣାର ତଦନ୍ତ କରୁଛି ବୋଲି ପୁଲିସ ଅଧିକାରୀ ଜଣକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking