32.1 C
Bhubaneswar
Friday, October 18, 2024
Homeଅପରାଧଦୁର୍ଷ୍କମକାରୀକୁ ୭ ବର୍ଷ କାରାଦଣ୍ଡ

ଦୁର୍ଷ୍କମକାରୀକୁ ୭ ବର୍ଷ କାରାଦଣ୍ଡ

କେନ୍ଦୁଝର: ସୋମବାର କେନ୍ଦୁଝର ଫାଷ୍ଟ୍ରାକକୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଜଣେ ଦୁର୍ଷ୍କମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ତେଲକୋଇ ଥାନା କୁଳଙ୍ଗ ଗ୍ରାମର ଜଣେ ୪୫ ବର୍ଷିୟ ବିଧବା ମହିଳା ୨୦୧୯ ମସିହା ସେପ୍େଟମ୍ବର ମାସ ୧ ତାରିଖ ଦିନ ରାତି ପ୍ରାୟ ୮ଟାରୁ ୯ଟା ବେଳେ ତାଙ୍କ ଭିନ୍ନକ୍ଷମ ପୁଅଙ୍କ ସହିତ ଘରେ ଶୋଇଥିଲେ । ଏହି ସମୟରେ ସେହି ଗ୍ରାମର ବିନୋଦ ପାତ୍ର (୪୫) ତାଙ୍କ ଘରକୁ ପସି ଜୋରଜବରଦସ୍ତ ମହିଳା ଜଣଙ୍କୁ ଦୁର୍ଷ୍କମ କରିଥିଲେ । ମହିଳା ଜଣକ ବିରୋଧ କରିବାରୁ ତାଙ୍କୁ ମାଡ ମାରି ଲହୁଲୁହାଣ କରିଦେଇଥିଲେ ।

ଘଟଣା ସଂପର୍କ ରେ କାହାରିକୁ କହିଲେ ବୋମାରେ ଉଡେଇ ଦେବାକୁ ଧମକ ଦେଇଥିଲା ବିନୋଦ । ତେବେ ବିନୋଦ ସେଠାରୁ ଚାଲିଯିବା ପରେ ମହିଳାଙ୍କ ଭିନ୍ନକ୍ଷମ ପୁଅ ତାଙ୍କ ଭିଣୋଇଙ୍କୁ ଫୋନ କରି ଡାକିଥିଲେ । ତା’ପରଦିନ ସକାଳେ ଦୁଷ୍କର୍ମ ପୀଡ଼ିତାଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ । ପରେ ପୀଡ଼ିତା ଜଣକ ୨୦୧୯ ସେପ୍ଟେମ୍ବର ୩ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା । ତେଲକୋଇ ଥାନାରେ ରୁଜୁ ହୋଇଥିଲା । ଏଥିରେ ପୁଲିସ ବିନୋଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ କୋର୍ଟ ୧୩ ଜଣ ସାକ୍ଷୀଙ୍କ ବୟାନ ସୁଣିବା ପରେ ଆଜି ବିନୋଦକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକେୁ ପଡିବ ବୋଲି ଆଦେଶ ହୋଇଛି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା କେସ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking