40.2 C
Bhubaneswar
Monday, April 20, 2026
Homeଦେଶ ବିଦେଶଅଗ୍ନିକାଣ୍ଡରେ ୭ ଶ୍ରମିକ ଦଗ୍ଧ

ଅଗ୍ନିକାଣ୍ଡରେ ୭ ଶ୍ରମିକ ଦଗ୍ଧ

ଭିୱାଡି: ସୋମବାର ସକାଳେ ରାଜସ୍ଥାନର ପ୍ରମୁଖ ଶିଳ୍ପ କେନ୍ଦ୍ର ଭିୱାଡିର ଖୁସଖେଡା ଅଞ୍ଚଳରେ ଏକ ଘରୋଇ ରାସାୟନିକ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ବହୁ ଶ୍ରମିକ ଏବେ ବି ଭିତରେ ଫସି ରହିଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଦୁର୍ଘଟଣାରେ ୭ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଘଟଣା ସମୟରେ କାରଖାନାରେ ୨୦ ରୁ ୨୫ ଜଣ ଶ୍ରମିକ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ଜୀବନ ବଞ୍ଚାଇ ବାହାରକୁ ପଳାଇବାରେ ସଫଳ ହୋଇଥିବା କୁହାଯାଉଛି। ରିପୋର୍ଟ ଅନୁଯାୟୀ କାରଖାନାଟି କିଛି ମାସ ଧରି ବନ୍ଦ ଥିଲା। ସେଥିରେ କାର୍ଡବୋର୍ଡର ବହୁ ପରିମାଣର ଗଚ୍ଛିତ ଥିଲା। ଘଟଣାସ୍ଥଳରେ ଥିବା ଶ୍ରମିକମାନେ କାରଖାନା ଭିତରେ ତିନିରୁ ଚାରୋଟି ଜୋରଦାର ବିସ୍ଫୋରଣ ଶୁଣିବା ସହ ନିଆଁ ଲାଗିବା ସୂଚନା ଦେଇଥିଲେ। ବିସ୍ଫୋରଣ ଓ ଅଗ୍ନିକାଣ୍ଡର ସଠିକ୍ କାରଣ ବର୍ତ୍ତମାନ ଅସ୍ପଷ୍ଟ। ଏହାର ତଦନ୍ତ ଜାରି ରହିଛି। ବାହାରକୁ ଅଣାଯାଇଥିବା ମୃତଦେହଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ମାନବ କଙ୍କାଳରୁ ତାହା କାହାର ଚିହ୍ନଟ କରିବା କଷ୍ଟକର ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking