24.1 C
Bhubaneswar
Saturday, November 14, 2026
Homeଦେଶ ବିଦେଶୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ: ୭ ମୃତ

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ: ୭ ମୃତ

କିଭ୍‌: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ଶେଷ କରିବାକୁ ବିଭିନ୍ନ ଦେଶ ଉଦ୍ୟମ କରିଛନ୍ତି। କିନ୍ତୁ ଏଥିରେ ବ୍ରେକ୍‌ ଲାଗିଲା ଭଳି ସଙ୍କେତ ଦେଖାଯାଉ ନାହିଁ। ପ୍ରାୟ ପାଞ୍ଚ ବର୍ଷ ଧରି ଜାରି ଥିବା ସଂଘର୍ଷ ଶୁକ୍ରବାର ରାତିରେ ଆହୁରି ଭୟଙ୍କର ଭଳି ମନେ ହେଉଛି। ୟୁକ୍ରେନ ରାତାରାତି ରୁଷ ଉପରେ ପ୍ରାୟ ୧,୨୦୦ ଡ୍ରୋନ ଆକ୍ରମଣ କରିଛି। ତେବେ ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି, ଯେତେବେଳେ ଆମେରିକା ମଧ୍ୟସ୍ଥତାରେ ସଂଘର୍ଷ ବନ୍ଦ କରିବା ପାଇଁ ଆଲୋଚନା ଚାଲିଛି।

ଆମେରିକା ଏବଂ ରୁଷ ଆଲୋଚନାକାରୀମାନେ ଯୁଦ୍ଧ ବନ୍ଦ କରିବା ପାଇଁ କଥାବାର୍ତ୍ତା ଜାରି ରଖିଛନ୍ତି। ୟୁରୋପର ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରିବା ପାଇଁ ସେମାନଙ୍କର ଆଲୋଚନାର ପରିସରକୁ ବିସ୍ତାର କରିଛନ୍ତି। ଶୀତଳ ଯୁଦ୍ଧ ଶେଷ ହେବା ପରଠାରୁ କାର୍ଯ୍ୟକାରୀ ହୋଇଛି। ମସ୍କୋ ଦୀର୍ଘ ସମୟ ଧରି ଏହି ପରିବର୍ତ୍ତନ ଚାହୁଁଥିଲା। କିନ୍ତୁ ଏହା ଏବେ ୟୁରୋପୀୟ ନେତାମାନଙ୍କୁ ଚିନ୍ତିତ କରିଛି ଏବଂ ନାଟୋର ଭବିଷ୍ୟତ ଭୂମିକା ଉପରେ ପ୍ରଶ୍ନ ଉଠାଇଛି।

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ୧,୧୯୮ ୟୁକ୍ରେନୀୟ ଡ୍ରୋନକୁ ଖସାଇ ଦେଇଛୁ। କିନ୍ତୁ ତିନୋଟି ଅଞ୍ଚଳରେ ହୋଇଥିବା ଆକ୍ରମଣରେ ୧୨ ବର୍ଷୀୟ ଶିଶୁ ସମେତ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ଆକ୍ରମଣରେ ୧୭ ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ ଭୋଲଗୋଗ୍ରାଡରେ ଏକ ପ୍ରମୁଖ ତୈଳ ବିଶୋଧନାଗାରରେ ନିଆଁ ଲାଗିଯାଇଛି। ରୁଷ ମଧ୍ୟ ରାତାରାତି ୟୁକ୍ରେନ ଉପରେ ୧୧୭ ଡ୍ରୋନ ଉଡ଼ାଣ କରିଛି। ଜାପୋରିଝିଆ ସହରରେ ଦୁଇଟି ଆବାସିକ କୋଠା ଉପରେ ଆକ୍ରମଣରେ ଛଅ ଜଣ ଶିଶୁ ସମେତ ୩୦ ଜଣ ଆହତ ହୋଇଛନ୍ତି ଏବଂ ଅତି କମରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ, ପାୱାର ପ୍ଲାଣ୍ଟ ଉପରେ ରୁଷର ଆକ୍ରମଣ ଯୋଗୁଁ ୟୁକ୍ରେନର ଅଧା ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking