29.4 C
Bhubaneswar
Saturday, May 4, 2024
Homeପଶ୍ଚିମବଙ୍ଗ ନିର୍ବାଚନପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୬୮୪ ସିଆରପିଏଫ କମ୍ପାନୀ ନିଯୁକ୍ତ କରାଯିବ

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୬୮୪ ସିଆରପିଏଫ କମ୍ପାନୀ ନିଯୁକ୍ତ କରାଯିବ

କୋଲକତା : ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗରେ ୨୭ ମାର୍ଚ୍ଚକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ମତଦାନ ପାଇଁ ୫ଟି ଜିଲ୍ଲାରେ ୭,୦୩୪ ପରିସରରେ ଥିବା ୧୦,୨୮୮ଟି ବୁଥରେ ପ୍ରାୟ ୬୮୪ ସିଆରପିଏଫ କମ୍ପାନୀ ନିଯୁକ୍ତ କରାଯିବ । ଏନେଇ ଶନିବାର ଦିନ ନିର୍ବାଚନ ଆୟୋଗର ଜଣେ ବରିଷ୍ଠ ଅଧିକରୀ ସୂଚନା ଦେଇଛନ୍ତି । ଅଧିକାରୀଙ୍କ କହିବା ଅନୁସାରେ ପ୍ରଥମ ଚରଣ ମତଦାନ ପୁରାଲିୟା,ବାଙ୍କୁଡା, ଝାଡଗ୍ରାମ, ପୁର୍ବି ମେଦିନାପୁର ଏବଂ ପଶ୍ଚିମ ମେଦିନାପୁରର ୩୦ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ ।

ଅଧିକାରୀ କହିଛନ୍ତି ଯେ, ଝାଡଗ୍ରାମ ଜିଲ୍ଲାରେ ନକ୍ସଲ ଗତିବିଧିକୁ ଲକ୍ଷ୍ୟ କରି ନିର୍ବାଚନ ଆୟୋଗ ପ୍ରତି ବୁଥରେ ଅର୍ଦ୍ଧସୈନିକ ବଳର ୧୧ ଯବାନଙ୍କୁ ମୁତୟନ କରିବାକୁ ନିଷ୍ପତି ନିଆଯାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ, ଝାଡଗ୍ରାମ ରେ ୧୦୧୦ ପରିସରୟରେ ଥିବା ସମସ୍ତ ୧୩୦୭ଟି ବୁଥକୁ ନକ୍ସଲ ପ୍ରଭାବିତ ଅଞ୍ଚଳ ଘୋଷଣା କରାଯାଇଛି । ଏହି ଜିଲ୍ଲାର ପ୍ରତ୍ୟେକ ବୁଥ ପରିଚାଳନା ପାଇଁ ନିର୍ବାଚନ ଆୟୋଗ ପ୍ରାୟ ୧୧ ଜଣ କର୍ମଚାରୀଙ୍କୁ ସୁରକ୍ଷା ପାଇ ବଣ୍ଟନ କରିଛନ୍ତି ।

ସେ କହିଛନ୍ତି ଯେ ସିଆରପିଏଫ ୧୪ଟି କମ୍ପାନୀ ଶୀଘ୍ର ପ୍ରତିକ୍ରିୟା ଦଳ ଭାବରେ ବ୍ୟବହୃତ ହେବ । ସେ କହିଛନ୍ତି ଯେ ଅନ୍ୟାନ୍ୟ ଜିଲ୍ଲା ବିଷୟରେ ପୁରୂଲିଆରେ ୧୮୫ ଟି କମ୍ପାନୀ ନିୟୋଜିତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking