ମୟୂରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ କୁଳିପୋଷି ଗ୍ରାମ ପଞ୍ଚାୟତ କାଦଡିହା ଠାରେ ଅନୁଷ୍ଠିତ ହୋଇଯାଇଛି ୬୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା । ମା’ କୀଚକେଶ୍ୱରୀ ଆଥଲେଟିକ ଆସୋସିଏସନ ପକ୍ଷରୁ ୫ଦିନ ଧରି ଅନୁଷ୍ଠିତ ହଇଯାଇଛି ଏହି କ୍ରୀଡ଼ା ପ୍ରତିଯୋଗିତା । କୁଳିପୋଷି ଗ୍ରାମପଞ୍ଚାୟତର ଅଗ୍ରଣୀକ୍ଳବ ମା’ କୀଚକକେଶ୍ୱରୀ ଆଥେଲେଟିକ ଆସସିଏସନ ପକ୍ଷରୁ ଗତ ୨୬ତାରିଖ ଦିନ ଅନୁଷ୍ଠାନିକ ଭାବେ ସ୍ଥାନୀୟ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କ ଦ୍ଵାରା ଉଦଘାଟନ ହଇଥିବା ବେଳେ ଆଜି ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଦ୍ୱାରା ଉଦଯାପିତ ହଇଯାଇଛି । ପାଞ୍ଚଦିନ ଧରି ଚାଲିଥିବା ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳରୁ ଖେଳାଳିମାନେ ସକ୍ରିୟ ଅଂଶଗ୍ରହଣ କରି ନିଜର ପ୍ରତିଭା ଦେଖାଇ ଥିଲେ ।
ଏହି ଉତ୍ସବକୁ ପ୍ରତେକ ଦିନ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ,ରାଜନେତା କ୍ରୀଡ଼ାବିତ ମାନଙ୍କୁ ଆସସିଏସନ ପକ୍ଷରୁ ନିମନ୍ତ୍ରଣ କରାଯାଇ ସମ୍ମାନିତ କରାଯାଇଥିଲା । ଏହି ଖେଳକୁଦ ଉପଭଗ କରିବା ପାଇଁ ପ୍ରତେକ ଦିନ ହଜାର ହଜାର ଦର୍ଶକ ଉପସ୍ଥିତ ହଇ ଖେଳରେ ଭାଗ ନେବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଉଦଯାପନ ଦିନ ଆଖପାଖ ଅଞ୍ଚଳର ଦଣ୍ଠା,ରାମ ଦଣ୍ଠା ଓ ବୁଡିଗାଳୀ ନାଚରେ ଖେଳ ପଡିଆଟି ବେଶ ଉତ୍ସବମୁଖର ହଇଥିଲା । ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଉଦଯାପନି ଉସର୍ବରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ,ସମ୍ନାନିତ ଅତିଥି ଭାବେ କରଞ୍ଜିଆ ବ୍ଳକର ଗୋଷ୍ଟି ଉନୟନ ଅଧିକାରୀ ସିବାଶିଷ ବରାଳ, ଜିଲ୍ଲା ପରିଷଦ ସଭ୍ୟ ସାମାଇ ଚରଣ ପୂର୍ତ୍ତି,ବିଜେପି ନଗର ସଭାପତି ରହିତ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ଦିନରେ ରାଜ୍ୟ ତଥା ରାଜ୍ୟ ବାହାରେ ଏଇ ଖେଳ ମାଧ୍ୟମରେ କିପରି ଏଅଞ୍ଚଳ ଗୌରବାନ୍ୱିତ ହଇ ପାରିବ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ପାଇଁ ଅତିଥି ମାନେ ପରାମର୍ଶ ଦେଇ କହିଥିଲେ ।