38.1 C
Bhubaneswar
Saturday, April 20, 2024
Homeଓଡିଶାପୁଲିସର ନିର୍ଯାତନା : ବିଧବା ମହିଳା ମାନବାଧିକାର କମିସନଙ୍କ ଦ୍ୱାରସ୍ଥ

ପୁଲିସର ନିର୍ଯାତନା : ବିଧବା ମହିଳା ମାନବାଧିକାର କମିସନଙ୍କ ଦ୍ୱାରସ୍ଥ

ଡୁବୁରୀ : ଜଣେ ଅସହାୟ ଦଳିତ ବିଧବା ମହିଳା କଳିଙ୍ଗନଗର ପୁଲିସର ନିର୍ଯ୍ୟାତନା ସହିନପାରି ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ(ହରିଜନ ସାହି) ଗ୍ରାମର ମଞ୍ଜୁ ମଲ୍ଲିକଙ୍କ ସାନପୁଅ ଅଜିତ(୨୭) ଦୀର୍ଘ ୬ମାସରୁ ଉର୍ଦ୍ଧ୍ୱ ହେବ ପୁଲିସର ନିର୍ଯାତନା ସହିନପାରି କେଉଁଆଡେ ନିଖୋଜ ହୋଇଛନ୍ତି । ପାଖାପାଖି ୧ବର୍ଷ ହେବ ମଞ୍ଜୁ ଏବଂ ତାଙ୍କର ବଡପୁଅ ଜିତେନ୍ଦ୍ର ଏବଂ ସାନପୁଅ ଅଜିତଙ୍କୁ ମାସକରେ ୨ଥରରୁ ୩ଥର ଥାନାକୁ ଡକାଇ ବିନା କାରଣରେ ମାଡ ମାରି ପୁଲିସ ଛାଡିଦେଉଛି ।
ପୁଲିସର ନିର୍ଯାତନା ସହି ନପାରି ଅଜିତ ଘର ଛାଡି କେଉଁଆଡେ ଚାଲିଯାଇଛନ୍ତି ନା ପୁଲିସ୍ କେଉଁଠାରେ ଲୁଚାଇ ରଖିଛି ତାହା ଜଣାପଡୁନଥିବା ମଞ୍ଜୁ କହିଛନ୍ତି । ତେବେ ଅଜିତ ନିଖୋଜ ଥିବା ଯୋଗୁଁ ମା ମଞ୍ଜୁ ଭାଙ୍ଗିପଡିଛନ୍ତି । ଅନ୍ୟପକ୍ଷରେ ନିଖୋଜ ଅଜିତ ଉକ୍ତ ଗ୍ରାମର ଏକ ଝିଅକୁ ଭଲପାଇ ବିବାହ କରିଥିଲା । ବିବାହର କିଛିଦିନ ପରେ ଝିଅର ବାପା ଘରକୁ ଯାଇଥିଲେ । ସେଠାରେ କିଛିଦିନ ରହିବା ପରେ ଅଜିତ ଝିଅକୁ ସେଠାରେ ଛାଡି ଘରକୁ ଆସିଥିଲା । ପରବର୍ତ୍ତୀ ସମୟରେ ଝିଅଘର ପୁଅଘରକୁ ଧମକଚମକ ଦେଇଥିଲେ । ତେବେ ଏମିତି କିଛିଦିନ ଚାଲିବା ପରେ ଝିଅଘର ଅଜିତଙ୍କ ବିରୋଧରେ କଳିଙ୍ଗନଗର ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ୍ ସାନଭାଇ ଅଜିତକୁ ଘରୁ ଉଠାଇ ନେଇଥିଲା ବୋଲି ବଡଭାଇ କହିଛି । ତେବେ ଥାନାରେ କୌଣସି ଏତଲା ପଞ୍ଜିିକରଣ କରାନଯାଇ ମୋ ସାନଭାଇ ଅଜିତକୁ ପୁଲିସ୍ ବିଭିନ୍ନ ସମୟରେ ଧମକଚମକ ଦେଇ ଥାନାକୁ ନେଇ ମାଡ ମାରି ଛାଡିଦେଉଥିବା ବଡଭାଇ ଜିତେନ୍ଦ୍ର କହିଛନ୍ତି । ସାନଭାଇ ନିଖୋଜ ପରେ ୩ଥର ମା’ ଏବଂ ମୋତେ ଥାନାକୁ ଡାକି ନେଇ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସକାଳେ ଥାନାକୁ ନେଇ ରାତି ୧୨ଟା ସମୟରେ ଘରକୁ ଛାଡନ୍ତି । ଏବଂ ଦିନଯାକ ଖାଇବାକୁ ଗଣ୍ଡେ ମଧ୍ୟ ଦିଅନ୍ତିନି ବୋଲି ବଡ ଭାଇ କରୁଣ କଣ୍ଠରେ ପ୍ରକାଶ କରିଛି । ରାଜ୍ୟ ମାନବାଧିକାର କମିସନ୍ ଏନେଇ ୧ସପ୍ତାହ ମଧ୍ୟରେ ଶୁଣାଣି କରି ରିପୋର୍ଟ ତଲବ କରିବେ ବୋଲି ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking