ବାଙ୍କୀ: ମହାଶିବରାତ୍ରୀରେ ଆଜି ମହାନଦୀ ଗର୍ଭରୁ ୬୦ ନାଗମୂର୍ତ୍ତି ଉଦ୍ଧାର ହୋଇଛି । ବାଙ୍କୀ-ସୁବର୍ଣ୍ଣପୁର ପୋଲ ମହାନଦୀ ଘାଟରେ ମତ୍ସ୍ୟଜୀବୀ ମାନେ ମାଛ ଧରିବା ସମୟରେ ଏହି ନାଗମୂର୍ତ୍ତି ଗୁଡ଼ିକ ଉଦ୍ଧାର କରିଛନ୍ତି । ଏଥିମଧ୍ୟରେ ନାଗ ମୂର୍ତ୍ତି ବ୍ୟତୀତ, ଶିବ ଲିଙ୍ଗ, ଦୁଇଟି ବୃଷବ ମୂର୍ତ୍ତି ରହିଛି । ତେବେ ଏକା ସାଙ୍ଗରେ ଏତେ ମାତ୍ରାରେ ନାଗମୂର୍ତ୍ତି ଉଦ୍ଧାର ହେବାନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେହି ଦୁର୍ବୁତ୍ତ ଏହାକୁ ଚୋରି କରିନେଇ ହେଉ ଅବା କେଉଁ ମନ୍ଦିରର ଏହି ସବୁ ମୂର୍ତ୍ତି କୁ ନଦୀରେ ବିଷର୍ଜନ କରିଦେବା ଉଦ୍ଦେଶ୍ୟରେ ଏପରି କରିଥିବା କୁହାଯାଉଛି । ଉଦ୍ଧାରପରେ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଛନ୍ତି । ତେବେ ମହାଶିବରାତ୍ରୀ ଅବସରରେ ଏହି ପ୍ରାଚୀନ କୀର୍ତ୍ତିରାଜି ଉଦ୍ଧାର ହୋଇଥିବା ବେଳେ ଏହାକୁ ଦେଖିବାକୁ ନଦୀପଠାରେ ଲୋକଙ୍କ ଭିଡ଼ ଜମିଛି ।