24.1 C
Bhubaneswar
Thursday, November 28, 2024
Homeଖେଳଗୋଟିଏ ଓଭର୍‌ରେ ୬ ଛକା; ରବି ଶାସ୍ତ୍ରୀ ଓ ଯୁବରାଜଙ୍କ କ୍ଲବ୍‌ରେ ଭାମଶୀ କ୍ରିଷ୍ଣା

ଗୋଟିଏ ଓଭର୍‌ରେ ୬ ଛକା; ରବି ଶାସ୍ତ୍ରୀ ଓ ଯୁବରାଜଙ୍କ କ୍ଲବ୍‌ରେ ଭାମଶୀ କ୍ରିଷ୍ଣା

ନୂଆଦିଲ୍ଲୀ: ଚଳିତ କର୍ଣ୍ଣେଲ୍ ସିକେ ନାୟୁଡ଼ୁ ଟ୍ରଫିର ରେଳବାଇ ବିପକ୍ଷ ମ୍ୟାଚ୍‌ରେ ଆନ୍ଧ୍ରପ୍ରଦେଶ ଓପ୍ନିଂ ବ୍ୟାଟର୍ ଭାମଶୀ କୃଷ୍ଣା ଲଗାତାର ୬ ବଲ୍‌ରେ ୬ ଛକା ମାରି ଭାରତୀୟ ବ୍ୟାଟର୍‌ଙ୍କ ଏକ ଏଲିଟ୍ ଲିଷ୍ଟ୍‌ରେ ସାମିଲ ହୋଇଛନ୍ତି । ଏହି ମ୍ୟାଚ୍‌ରେ ଭାମ୍‌ଶୀଙ୍କ ବ୍ୟାଟ୍‌ରୁ ମାତ୍ର ୬୪ ବଲ୍‌ରେ ୧୧୦ ରନ୍‌ର ବିସ୍ଫୋରକ ଇନିଂସ୍ ଦେଖିବାକୁ ମିଳିଛି । ଏହା ମଧ୍ୟରେ ୧୦ ଚୌକା ଓ ୯ ଛକା ସାମିଲ । ରେଳବାଇ ଟିମ୍‌ର ଲେଗ୍ ସ୍ପିନର୍ ଦମନଦୀପ୍ ସିଂହଙ୍କ ଓଭର୍‌ରେ ଭାମଶୀ ଏହି କୀର୍ତ୍ତିମାନ କରିଛନ୍ତି ।  ଓଭର୍‌ର ପ୍ରଥମ ଛକା ଭାମଶୀ ସ୍ଲଗ୍ ସ୍ୱିପ୍ ଶଟ୍ ଖେଳି ଲଗାଇଥିଲେ । ଏହାପରେ ଦ୍ୱିତୀୟ ଛକା ସିଧା ସାମ୍ନାକୁ ମାରିଥିଲେ । ତୃତୀୟ ଛକା ଭାମଶୀ ମିଡ୍ ୱିକେଟ୍‌ରେ ଲଗାଇଥିଲେ । ଲେଗ୍ ଷ୍ଟମ୍ପ୍‌ରେ ଥିବା ଚତୁର୍ଥ ବଲ୍‌କୁ ମଧ୍ୟ ଭାମଶୀ ଛକା ମାରିଥିଲେ ।

ପଞ୍ଚମ ବଲ୍‌ରେ ଡିପ୍ ସ୍କୋୟାର୍ ଲେଗ୍ ଅଞ୍ଚଳକୁ ଶଟ୍ ଖେଳି ଛକା ମାରିଥିଲେ । ଓଭର୍‌ର ଅନ୍ତିମ ବଲ୍‌କୁ ମିଡ୍ ୱିକେଟ୍ ଅଞ୍ଚଳରେ ବାଉଣ୍ଡାରୀ ପାର୍ କରାଇଥିଲେ । ଅବଶ୍ୟ ଭାମଶୀଙ୍କ ଏହି ବିସ୍ଫୋରକ ଇନିଂସ୍ ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ଟିମ୍ ୩୭୮ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ପୂର୍ବରୁ ରେଳବାଇ ୮୬୫ ରନ୍‌ର ବିଶାଳ ସ୍କୋର୍ ଛିଡ଼ା କରିଥିଲା । ଏକ ଓଭର୍‌ରେ ଲଗାତାର ଛଅ ଛକା ମାରି ଭାମଶୀ କ୍ରିଷ୍ଣା ପୂର୍ବତନ ଭାରତୀୟ କ୍ୟାପ୍‌ଟେନ୍ ରବି ଶାସ୍ତ୍ରୀ ଓ ଯୁବରାଜ ସିଂହଙ୍କ ଏକ ସ୍ୱତନ୍ତ୍ର ତାଲିକାରେ ସାମିଲ ହୋଇଛନ୍ତି । ୧୯୮୫ରେ ରବି ଶାସ୍ତ୍ରୀ ରଣଜୀ ଟ୍ରଫିରେ ବମ୍ବେ ଟିମ୍ ପକ୍ଷରୁ ବରୋଦା ବିପକ୍ଷରେ ଗୋଟିଏ ଓଭର୍‌ରେ ଛଅ ଛକା ମାରିଥିଲେ । ଏହାର ଠିକ୍ ୩୨ ବର୍ଷ ପରେ ଯୁବରାଜ ସିଂହ ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ବୋଲର୍ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଓଭର୍‌ରେ ଲଗାତାର ୬ ଛକା ମାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking