28.1 C
Bhubaneswar
Tuesday, April 28, 2026
Homeଦେଶ ବିଦେଶଇସ୍ରାଏଲ୍‌-ଲେବାନନ୍ ଯୁଦ୍ଧବିରତି:ଶାନ୍ତି ଫେରାଇ ଆଣିବା ପାଇଁ ଆହ୍ୱାନ

ଇସ୍ରାଏଲ୍‌-ଲେବାନନ୍ ଯୁଦ୍ଧବିରତି:ଶାନ୍ତି ଫେରାଇ ଆଣିବା ପାଇଁ ଆହ୍ୱାନ

ତେଲ୍‌ଆଭିଭ: ହେଜ୍‌ବୋଲ୍ଲା ବିରୋଧରେ ଅନେକ ମାସର ଯୁଦ୍ଧ ପରେ ମଧ୍ୟପ୍ରାଚ୍ୟକୁ ଶାନ୍ତି ଫେରାଇ ଆଣିବା ପାଇଁ ସାରା ବିଶ୍ୱରୁ ଆହ୍ୱାନ ଦିଆଯିବାରୁ ଲେବାନନ୍‌ରେ ଇସ୍ରାଏଲ୍ ପକ୍ଷରୁ ଅସ୍ତ୍ରବିରତି କରାଯାଇଛି। କିନ୍ତୁ ଗାଜାରେ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍‌କୁ ସମୂଳେ ନିପାତ ନ କରିବା ଯାଏ ଯୁଦ୍ଧ ଜାରି ରହିବ ବୋଲି ଇସ୍ରାଏଲ୍ କହିଛି। ଏଭଳି ସ୍ଥିତିରେ ଗାଜାବାସୀ ମଧ୍ୟ ଯୁଦ୍ଧବିରତିକୁ ଅପେକ୍ଷା କରି ରହିଛନ୍ତି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆମେରିକା ଓ ଫ୍ରାନ୍ସ ମଧ୍ୟସ୍ଥତାରେ ମଙ୍ଗଳବାର ଦିଆଯାଇଥିବା ଯୁଦ୍ଧବିରତି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ପ୍ରସ୍ତାବ ସପକ୍ଷରେ ୧୦ ଓ ବିରୋଧରେ ଗୋଟିଏ ଭୋଟ ପଡ଼ିଥିଲା।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହାକୁ ‘ଶୁଭ ଖବର’ ବୋଲି କହିଛନ୍ତି। ଭାରତୀୟ ସମୟ ଗୁରୁବାର ସକାଳ ୭ଟା ୩୦ରୁ ଏହା ଲାଗୁହୋଇଛି। ଅନ୍ୟପକ୍ଷେ ୧୯୯୦ରୁ ଲେବାନନ୍‌ରେ ଗୃହଯୁଦ୍ଧ ଚଳାଇଥିବା ହେଜ୍‌ବୋଲ୍ଲା ଏହି ଶାନ୍ତି ଆଲୋଚନାରେ ସାମିଲ ହୋଇନାହିଁ। ଲେବାନନ୍ ସଂସଦର ବାଚସ୍ପତି ନବିହ ବେରି ହେଜ୍‌ବୋଲ୍ଲା ତରଫରୁ ଆଲୋଚନାରେ ପ୍ରତିନିଧିତ୍ୱ କରିଥିଲେ। ଯୁଦ୍ଧବିରତି ବେଳେ ଉଭୟ ପକ୍ଷ ଅସ୍ତ୍ର ଚଳାଇବେ ନାହିଁ। ହେଜ୍‌ବୋଲ୍ଲା ଏହାର ଉଲ୍ଲଂଘନ କଲେ ଇସ୍ରାଏଲ୍ କଡ଼ା ଜବାବ ଦେବ ବୋଲି ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି। ଇତିମଧ୍ୟରେ ଇସ୍ରାଏଲୀ ବଳ ଦକ୍ଷିଣ ଲେବାନନ୍‌ରେ କର୍ଫ୍ୟୁ ଜାରି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking