28.1 C
Bhubaneswar
Saturday, July 27, 2024
Homeଖେଳଚତୁର୍ଥ ଟେଷ୍ଟ୍ ଖେଳିବେନି ବୁମ୍‌ରା ଓ ରାହୁଲ; ଫେରିଲେ ମୁକେଶ କୁମାର

ଚତୁର୍ଥ ଟେଷ୍ଟ୍ ଖେଳିବେନି ବୁମ୍‌ରା ଓ ରାହୁଲ; ଫେରିଲେ ମୁକେଶ କୁମାର

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଚଳିତ ଟେଷ୍ଟ୍ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ରେ ଫାଷ୍ଟ୍ ବୋଲର୍ ଜସ୍‌ପ୍ରୀତ୍ ବୁମ୍‌ରା ଓ କେଏଲ୍ ରାହୁଲ ଭାରତୀୟ ଟିମ୍‌ରୁ ବାଦ୍ ପଡ଼ିଛନ୍ତି । ବିସିସିଆଇ ମଙ୍ଗଳବାର ସେମାନଙ୍କୁ ଟିମ୍‌ରୁ ରିଲିଜ୍ କରିଛି । ବୁମ୍‌ରାଙ୍କୁ ୱାର୍କଲୋଡ୍ ମ୍ୟାନେଜମେଣ୍ଟ୍ ଅଧୀନରେ ବିଶ୍ରାମ ଦିଆଯାଇଥିବା ବେଳେ ୱିକେଟ୍‌କର୍ର୍ ବ୍ୟାଟର୍ କେଏଲ୍ ରାହୁଲ ସମ୍ପୂର୍ଣ୍ଣ ଫିଟ୍ ହୋଇନାହାନ୍ତି । ଏବେ ସେ ଏନ୍‌ସିଏରେ ରିହାବ୍ କରୁଛନ୍ତି । ବୋର୍ଡ ବୁମ୍‌ରାଙ୍କ ସ୍ଥାନରେ ଫାଷ୍ଟ୍ ବୋଲର୍ ମୁକେଶ କୁମାରଙ୍କୁ ଟିମ୍‌ରେ ସାମିଲ କରିଛି ।

ସେ ରାଞ୍ଚି ଟେଷ୍ଟ୍‌ରେ ଚୂଡ଼ାନ୍ତ ଏକାଦଶର ସଦସ୍ୟ ହୋଇପାରନ୍ତି । ୩୦ ବର୍ଷୀୟ ବୁମ୍‌ରା ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍‌ରେ ଶୀର୍ଷ ୱିକେଟ୍ ହାସଲକାରୀ । ତିନିଟି ମ୍ୟାଚ୍‌ରେ ସେ ସର୍ବାଧିକ ୧୭ ୱିକେଟ୍ ଅକ୍ତିଆର କରିଛନ୍ତି । ବୁମ୍‌ରା ତୃତୀୟ ମ୍ୟାଚ୍‌ରେ ୨୩ ଓଭର୍ ସହ ତିନିଟି ମ୍ୟାଚ୍‌ରେ ମୋଟ ୮୦.୫ ଓଭର୍ ବୋଲିଂ କରିଛନ୍ତି । ତେଣୁ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ପାଇଁ ଫିଟ୍ ଏବଂ ସଜେତ ରହିବା ନିମନ୍ତେ ତାଙ୍କୁ ବିଶ୍ରାମ ଦେବାର ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ଦ୍ୱିତୀୟ ଟେଷ୍ଟ୍‌ରେ ମହମ୍ମଦ ସିରାଜ୍‌ଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଥିଲା । ରାଜକୋଟ ଟେଷ୍ଟ୍‌ରେ ଚୂଡ଼ାନ୍ତ ଏକାଦଶରେ ସାମିଲ ଥିବା ସିରାଜ୍ ୪ଟି ୱିକେଟ୍ ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking