29.1 C
Bhubaneswar
Saturday, July 27, 2024
Homeଖେଳୱାର୍ଲ୍ଡ ଟିମ୍ ଟେବଲ୍ ଟେନିସ୍ ଚାମ୍ପିଅନ୍‌ଶିପ୍‌; ପ୍ରି-କ୍ୱାର୍ଟର୍‌ରେ ହାରିଲା ଭାରତ

ୱାର୍ଲ୍ଡ ଟିମ୍ ଟେବଲ୍ ଟେନିସ୍ ଚାମ୍ପିଅନ୍‌ଶିପ୍‌; ପ୍ରି-କ୍ୱାର୍ଟର୍‌ରେ ହାରିଲା ଭାରତ

ନୂଆଦିଲ୍ଲୀ :  ଦକ୍ଷିଣ କୋରିଆର ବୁସାନ୍‌ରେ ଚାଲିଥିବା ୱାର୍ଲ୍ଡ ଟିମ୍ ଟେବଲ୍ ଟେନିସ୍ ଚାମ୍ପିଅନ୍‌ଶିପ୍‌ର ପ୍ରି-କ୍ୱାର୍ଟର୍‌ରେ ଭାରତର ଉଭୟ ପୁରୁଷ ଓ ମହିଳା ଟିମ୍ ପରାଜିତ ହୋଇଛନ୍ତି । ବୁଧବାର ଅନୁଷ୍ଠିତ ଅନୁଷ୍ଠିତ ପ୍ରି-କ୍ୱାର୍ଟର୍ ଫାଇନାଲ୍‌ରେ ଭାରତୀୟ ପୁରୁଷ ଟିମ୍ ତୃତୀୟ ସିଡ୍ ଦକ୍ଷିଣ କୋରିଆର ଠାରୁ ୩-୦ରେ ପରାଜିତ ହୋଇଥିବା ବେଳେ ମହିଳା ଟିମ୍‌କୁ ଚତୁର୍ଥ ସିଡ୍ ଚୀନ୍ ତାଇପେଇ ଟିମ୍ ୩-୧ରେ ପରାଜିତ କରିଛି ।

ଏହି ପରାଜୟ ଫଳରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଟିମ୍‌ର ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ସୁଯୋଗ ଶେଷ ହୋଇଛି । ପୁରୁଷ ବିଭାଗରେ ହରମିତ୍ ଦେସାଇ ପ୍ରଥମ ମ୍ୟାଚ୍‌ରେ କିଛିଟା ଲଢ଼େଇ କରିଥିଲେ ମଧ୍ୟ ଜାଙ୍ଗ୍ ଉଜିନ୍‌ଙ୍କ ଠାରୁ ୧-୧୦, ୧୩-୧୧, ୧୧-୭ରେ ପରାଜିତ ହୋଇଛନ୍ତି । ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଲିମ୍ ଜୋଙ୍ଗ୍‌ହୁନ୍ ୧୧-୯, ୧୧-୫, ୮-୧୧, ୧୧-୪ରେ ରେ ଶରତ କମଳଙ୍କୁ ହରାଇ ଦେଇଛନ୍ତି । ଅନ୍ତିମ ମ୍ୟାଚ୍‌ରେ ଲି ସାଙ୍ଗ ସୁ’ଙ୍କ ଠାରୁ ଜି ସାଥିୟାନ୍ ୧୧-୫, ୧୧-୮, ୧୧-୨ରେ ହାରି ଯାଇଛନ୍ତି ।  ପୁରୁଷ ଟିମ୍ କଜାକିସ୍ତାନକୁ ହରାଇ ରାଉଣ୍ଡ-୧୬ରେ ପ୍ରବେଶ କରିଥିଲା ।

ଏହା ପୂର୍ବରୁ ବୁଧବାର ମହିଳା ଟିମ୍‌ର କ୍ୱାର୍ଟର୍ ଫାଇନାଲ୍ ପ୍ରବେଶ ସହ ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ଆଶା ମଧ୍ୟ ଧୂଳିସାତ୍ ହୋଇଛି । ଚାମ୍ପିଅନ୍‌ଶିପ୍‌ର ପ୍ରି-କ୍ୱାର୍ଟର୍ ଫାଇନାଲ୍‌ରେ ଭାରତୀୟ ଟିମ୍ ଚୀନା ତାଇପେଇଠାରୁ ୧-୩ରେ ପରାଜିତ ହୋଇଛି । ଭାରତୀୟ ଷ୍ଟାର୍ ଖେଳାଳି ମନିକା ବାତ୍ରା ପ୍ରଥମେ ଚେନ୍ ଜୁ-ୟୁ’ଙ୍କୁ ୧୧-୮, ୮-୧୧, ୪-୧୧, ୧୧-୯, ୧୧-୯ରେ ପରାଜିତ କରିବା ପରେ ଶ୍ରୀଜା ଅକୁଲା ୬-୧୧, ୯-୧୧, ୫-୧୧ରେ ଚେନ୍ ଆଇ-ଚିଙ୍ଗ୍‌ଙ୍କଠାରୁ ପରାଜିତ ହୋଇଥିଲେ । ପରବର୍ତ୍ତୀ ମ୍ୟାଚ୍‌ରେ ଲି ୟୁ-ଝୁନ୍ ୧୨-୧୦, ୧୫-୧୩, ୯-୧୧, ୧୧-୨ରେ ଅୟହିକା ମୁଖାର୍ଜୀ ଏବଂ ଚେନ୍ ଆଇ-ଚିଙ୍ଗ୍ ୧୨-୧୦, ୫-୧୧, ୧୧-୯, ୧୧-୫ରେ ମନିକା ବତ୍ରାଙ୍କୁ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking