30.1 C
Bhubaneswar
Friday, May 3, 2024
Homeଦେଶ ବିଦେଶ୬ ମୁସଲମାନ ଛାତ୍ରୀଙ୍କୁ କଲେଜରୁ ବହିଷ୍କାର, କାରଣ କ’ଣ ଜାଣନ୍ତୁ....

୬ ମୁସଲମାନ ଛାତ୍ରୀଙ୍କୁ କଲେଜରୁ ବହିଷ୍କାର, କାରଣ କ’ଣ ଜାଣନ୍ତୁ….

ବାଙ୍ଗାଲୋର : କର୍ଣ୍ଣାଟକରେ ହିଜାବ ବିବାଦ ଏବେ ବି ଜାରି ରହିଛି । ଏଠାରେ ଏକ କଲେଜ ୬ ଜଣ ଛାତ୍ରୀଙ୍କୁ ବହିଷ୍କାର କରି ଦେଇଛି । ସୂଚନା ଅନୁଯାୟୀ, ଏହି ଛାତ୍ରୀମାନେ ବିନା ହିଜାବରେ କ୍ଲାସ୍ କରିବାକୁ ପ୍ରସ୍ତୁତ ନ ଥିଲେ । ଏହି ଘଟଣା ଦକ୍ଷିଣ କନ୍ନଡ଼ର ଉପିନାଙ୍ଗଡି ପିୟୁ କଲେଜର ବୋଲି ଜଣାପଡ଼ିଛି । ଏଠାରେ ଛାତ୍ରୀମାନେ ହିଜାବ ପିନ୍ଧି କ୍ଲାସ୍ କରିବାକୁ ଜିଦି କରିଥିଲେ ।

ଏହାପରେ କଲେଜ ପ୍ରଶାସନ ସେମାନଙ୍କୁ ବହୁତ ବଝାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ସେମାନେ କୌଣସି ମତେ ରାଜି ହୋଇ ନ ଥିଲେ, ଯାହାପରେ କଲେଜ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରିପୋର୍ଟ ମୁତାବକ, କଲେଜ ପ୍ରଶାସନ ଛାତ୍ରୀମାନଙ୍କୁ କୋର୍ଟଙ୍କ ଆଦେଶ ବୁଝାଇବା ସହିତ ଏହାକୁ ପାଳନ କରିବାକୁ କହିଥିଲେ । ତଥାପି ଛାତ୍ରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ । ଏମିତି ସ୍ଥିତିରେ କଲେଜ ପ୍ରଶାସନ ଏକ ବୈଠକ ଡକାଇ ସମସ୍ତ ୬ ଜଣ ଛାତ୍ରୀଙ୍କୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ସସ୍‌ପେଣ୍ଡ କରି ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking