39.1 C
Bhubaneswar
Tuesday, April 23, 2024
Homeରାଜ୍ୟସଭା ନିର୍ବାଚନ -୨୦୨୨ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ସରିଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ । ଏକମାତ୍ର ଆସନରେ ଉପନିର୍ବାଚନ ପାଇଁ ଅନ୍ୟତମ ପ୍ରାର୍ଥୀ ନିରଞ୍ଜନ ବିଶି ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।ବିଜେଡି ସାଂଗଠନିକ ସମ୍ପାଦକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୪ ପ୍ରାର୍ଥୀ । ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଏହି ୪ ପ୍ରାର୍ଥୀ । ଏହି ସମୟରେ ବିଜେଡି ବହୁ ବିଧାୟକ, ମନ୍ତ୍ରୀ ଓ ପୂର୍ବତନ ସାଂସଦ ଉପସ୍ଥିତ ଥିଲେ । ପ୍ରଥମେ ସୁଲତା ଦେଓ, ପରେ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ଶେଷରେ ନିରଞ୍ଜନ ବିଶି ନାମାଙ୍କନ ପତ୍ର ଦାଖଲ କରିଥିଲେ । ୩ଟି ଆସନରେ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇଛି । ପ୍ରସନ୍ନ ଆଚାର୍ଯ୍ୟ, ଏନ୍. ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ୩ଟି ଆସନରେ ନିର୍ବାଚନ ହେଉଛି । ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ମାନସ ମଙ୍ଗରାଜ କହିଛନ୍ତି, ଏହା ତାଙ୍କ ପାଇଁ ସରପ୍ରାଇଜ୍ ଥିଲା । ଦଳର ଜଣେ ଶୃଙ୍ଖଳିତ କର୍ମୀ ହିସାବରେ କାମ କରିଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଅନୁସରଣ କରିଛି ବୋଲି କହିଛନ୍ତି ମାନସ ମଙ୍ଗରାଜ । ଦିଲ୍ଲୀ ରାଜ୍ୟର ହିତ ପାଇଁ ଲଢ଼େଇ କରିବେ ବୋଲି କହିଛନ୍ତି ମାନସ ମଙ୍ଗରାଜ । ସେହିପରି କଟକ ମେୟର ଭାବେ ସୁବାସ ସିଂହ ନିର୍ବାଚିତ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବାରୁ ତାଙ୍କ ଆସନ ପାଇଁ ଉପନିର୍ବାଚନ ହେଉଛି । ଏହି ଉପନିର୍ବାଚନ ପାଇଁ ଜୁନ ୨ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଥିବାବେଳେ  ବିଜେଡି ପ୍ରାର୍ଥୀ ଭାବେ ନିରଞ୍ଜନ ବିଶି ନାମାଙ୍କନ ଦାଖଲ କରିସାରିଛନ୍ତି । ସୂଚନାଯୋଗ୍ୟ ଯେ ଜୁନ୍ ୧୦ରେ ରାଜ୍ୟର ତିନିଟି ରାଜ୍ୟସଭା ସଭ୍ୟ ପଦବି ପାଇଁ ନିର୍ବାଚନ ହେବ । ବିରୋଧୀ ଦଳ କୌଣସି ପ୍ରାର୍ଥୀ ଦେଉନଥିବରୁ ଶାସକ ଦଳର ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking