28.1 C
Bhubaneswar
Sunday, September 8, 2024
Homeଅପରାଧମଦନ ନାହାକ ହତ୍ୟାକାଣ୍ଡ ଘଟଣାରେ ୬ଜଣଙ୍କୁ ଆଜୀବନ

ମଦନ ନାହାକ ହତ୍ୟାକାଣ୍ଡ ଘଟଣାରେ ୬ଜଣଙ୍କୁ ଆଜୀବନ

ଓଡ଼ଗାଁ : ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ଅନ୍ତର୍ଗତ କେଶପାନିଆ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗାଁର ମୋଚି ନାହାକ ଓ ଅନ୍ୟ ୧୭ଜଣ ବ୍ୟକ୍ତି ମଦନ ନାହାକଙ୍କୁ ଆକ୍ରମଣ କରିବା ଯୋଗୁଁ ମଦନର ମୃତ୍ୟୁ ଘଟିଥିଲା । ତାଙ୍କ ଝିଅ କୁମାରୀ ନାହାକ ଶରଣକୁଳ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଘଟଣାର ତଦନ୍ତକରି ମାମଲା ରୁଜୁ କରିଥିଲା । ଶନିବାର ସେହି ଘଟଣାର ରାୟ ପ୍ରକାଶ ପାଇଛି । ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁଯାୟୀ ଗତ ୨୦୦୨ ମସିହା ଅକ୍ଟୋବର ୧୦ତାରିଖ ଦିନ କେଶପାନିଆ ଗ୍ରାମରେ ମଦନ ନାହାକଙ୍କୁ ସେହି ଗ୍ରାମର ମୋଚି ନାହାକ ସମେତ ୧୭ଜଣ ବ୍ୟକ୍ତି ହାତରେ କଟୁରୀ ଓ ଠେଙ୍ଗାଧରି ମରଣାନ୍ତକ ଆକ୍ରମଣ କରିଥିଲେ ।

ମଦନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଗାଁର ଯୁଗଳ ନାହାକ ଓ ଅନ୍ୟମାନେ ବମ୍ ଓ ପଥରମାଡରେ ଗୁରୁତର ଆହତ ହୋଇଥିଲେ । ଏହି ଆକ୍ରମଣରେ ମଦନ ନାହାକଙ୍କ ମୃତ୍ୟୁ ଘଟିଥିଲା । ୧୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରଜଜ୍ ମାନସ ରଞ୍ଜନ ରଥ ମୁଦଲା ଗଣେଶ ନାହାକ, ମେଳିଆ ନାହାକ, ଭୀମ ନାହାକ, ଚତୁର୍ଭୁଜ ନାହାକ, ଭାଗି ନାହାକ ଓ ମୋଚି ନାହାକଙ୍କୁ ମଦନ ନାହାକ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତକରି ଆଜୀବନ ସଶ୍ରମ କାରାଦଣ୍ଡା ଦେଶ ସହିତ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଶୁଣାଇଛନ୍ତି । ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି । ମାମଲାକୁ ଅତିରିକ୍ତ ପବ୍ଲିକ୍ ପ୍ରୋସେକ୍ୟୁଟର ଇନ୍ଦୁଭୂଷଣ ମିଶ୍ର ପରିଚାଳନା କରୁଥିବାବେଳେ ୧୮ଜଣ ଆସାମୀଙ୍କ ମଧ୍ୟରୁ ବିଚାର ସମୟରେ ୨ଜଣଙ୍କ ମୃତ୍ୟୁ ହୋଇଥିବାରୁ ସେଥିରୁ ୬ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅନ୍ୟ ୧୦ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking