28.1 C
Bhubaneswar
Sunday, September 8, 2024
Homeଅପରାଧମିସିସିପିରେ ସିରିଜ୍‌ ଗୁଳିକାଣ୍ଡ: ୬ ଜଣଙ୍କର ମୃତ୍ୟୁ

ମିସିସିପିରେ ସିରିଜ୍‌ ଗୁଳିକାଣ୍ଡ: ୬ ଜଣଙ୍କର ମୃତ୍ୟୁ

ମିସିସିପି: ଶୁକ୍ରବାର ମିସିସିପିର ଟେଟ୍‌ କାଉଣ୍ଟିରେ ଘଟିଥିବା ସିରିଜ୍‌ ଗୁଳିକାଣ୍ଡ ଘଟଣାରେ ଅନ୍ୟୂନ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ଗୁଳିକାଣ୍ଡ ଘଟଣା ସହିତ ସମ୍ପୃକ୍ତ ଥିବା ଜଣେ ସନ୍ଦିଗ୍ଧଙ୍କୁ ମଧ୍ୟ ଗିରଫ କରାଯାଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ଟେଟ୍‌ କାଉଣ୍ଟି ସେରିଫ୍‌ ବ୍ରାଡ୍‌ ଲାନ୍‌ସ୍‌ କହିଛନ୍ତି, ଆର୍କାବୁଟ୍‌ଲା କମ୍ୟୁନିଟି ମଧ୍ୟରେ ହିଁ ସମସ୍ତ ଗୁଳିକାଣ୍ଡ ଘଟିଛି। ସେଥିରୁ ଗୋଟିଏ ଗୁଳିକାଣ୍ଡ ଆର୍କାବୁଟ୍‌ଲା ରୋଡ୍‌ରେ ଥିବା ଗୋଟିଏ ଷ୍ଟୋର୍‌ ଭିତରେ ଘଟିଛି। ଉକ୍ତ ଘଟଣାରେ ଜଣେ ବ୍ୟକ୍ତି ଗୁଳି ଚୋଟରେ ପ୍ରାଣ ହରାଇଛନ୍ତି। ସେହିପରି, ଆର୍କାବୁଟ୍‌ଲା ଡ୍ୟାମ୍‌ ରୋଡ୍‌ସ୍ଥିତ ଗୋଟାଏ ଘରେ ଜଣେ ମହିଳାଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଏଥିରେ ନିହତ ମହିଳାଙ୍କ ସ୍ବାମୀ ଆହତ ହୋଇଛନ୍ତି। କିନ୍ତୁ, ସ୍ବାମୀଙ୍କୁ ଗୁଳି ମରାଯାଇଥିଲା କି, ନାହିଁ, ଜଣାପଡ଼ିନାହିଁ। ଆର୍କାବୁଟ୍‌ଲା ଡ୍ୟାମ୍‌ ରୋଡ୍‌ରେ ଗୋଟାଏ ଗାଡ଼ି ଭିତରେ ସନ୍ଦିଗ୍ଧଙ୍କୁ ଦେଖିବା ପରେ ଟେଟ୍‌ କାଉଣ୍ଟଇ ଡେପ୍ୟୁଟିମାନେ ତାଙ୍କୁ ଅନାୟାସରେ ଧରି ହାଜତକୁ ନେଇଯାଇଥିବା କଥା ‘ସିଏନ୍ଏନ୍‌’ ରିପୋର୍ଟ କରିଛି। ସନ୍ଦିଗ୍ଧଙ୍କର ପରିଚୟ ପ୍ରକାଶ କରାଯାଇ ନାହିଁ। ସନ୍ଦିଗ୍ଧଙ୍କୁ ଗିରଫ କରି ସାରିବା ପରେ ଡେପ୍ୟୁଟିମାନେ ଆଉ ୪ଜଣ ନିହତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଆର୍କାବୁଟ୍‌ଲା ଘର ଭିତରେ ଓ ଆଉ ୨ଜଣଙ୍କୁ ଘର ବାହାରୁ ଉଦ୍ଧାର କରିଥିଲେ। ମିସିସିପି ସର୍ବସାଧାରଣ ସୁରକ୍ଷା ବିଭାଗର ମୁଖପାତ୍ର ବେଲି ମାର୍ଟିନ୍‌ କହିଛନ୍ତି ଯେ, ଆମର ମନେହୁଏ, ସମ୍ଭବତଃ ସନ୍ଦିଗ୍ଧ ଏକାକୀ ଗୁଳିକାଣ୍ଡ ଘଟାଇଛି। କିନ୍ତୁ, ସେ ଗୁଳି ଚଳାଇବାର ଉଦ୍ଦେଶ୍ୟ ଜଣାପଡ଼ିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking