ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଲଗାତର ତୃତୀୟ ଦିନ ପାଇଁ ଘନ କୁହୁଡି ଦେଖିବାକୁ ମିଳିଛି। କୁହୁଡି ଯୋଗୁ ଟ୍ରେନ୍ ଓ ବିମାନ ଗତିରେ ବ୍ରେକ୍ ଲାଗି ଯାଇଛି । କମ୍ ଦୃଶ୍ୟମାନ ଯୋଗୁ ରାଜଧାନୀ ଦିଲ୍ଲୀରେ ଟ୍ରେନ୍ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ବି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନେକ ବିମାନ ବିଳମ୍ବରେ ଚାଲୁଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ରାଡାର ଅନୁଯାୟୀ, ଘନ କୁହୁଡ଼ି କାରଣରୁ ଆଜି ସକାଳ ୮ ଟାରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୬ ଟି ବିମାନ ବାତିଲ କରାଯାଇଛି। ୧୧୪ ଟି ବିମାନରେ ହାରାହାରି ୧୮ମିନିଟରେ ବିଳମ୍ବ ହୋଇଛି। ଶନିବାର ଦିନ ଆଇଜି ବିମାନ ବନ୍ଦରରେ ପ୍ରାୟ ୪୮ ବିମାନ ଉଡାଣ ବାତିଲ କରିବାକୁ ପଡିଥିଲା। ସେହିପରି ଲଦାଖ ଓ ହିମାଚଳ ପ୍ରଦେଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ତୁଷାରପାତ ହେବା ନେଇ ଆଇଏମ୍ଡି ପୂର୍ବାନୁମାନ କରିଛି।