ମୁମ୍ବାଇ : ମହାରାଷ୍ଟ୍ର ଥାନେରେ ଅଭାବନୀୟ ଘଟଣା ଘଟିଛି । ଏକ ୫୦ ବର୍ଷ ପୁରୁଣା କୋଠା ଭୁଶୁଡି ପଡିଛି । ଫଳରେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ୪ ମହଲା ବିଶିଷ୍ଟ ଆବାସିକ କୋଠାଟି ଭୁଶୁଡି ପଡିଥିଲା । ଫଳରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଜଣେ ମହିଳାଙ୍କ ମୃତଦେହକୁ ଅଳିଆ ଆର୍ବଜନା ମଧ୍ୟରୁ ଉଦ୍ଧାର କରିଥିଲା ଉଦ୍ଧାରକାରୀ ଟିମ୍ । କଲ୍ୟାଣ ଡୋମ୍ବିଭାଲୀ ମ୍ୟୁନିସପାଲଟି କର୍ପୋରେସନ୍ ଅଧୀନରେ ଥିବା ଆୟାର ଗାଁରେ ଅବସ୍ଥିତ ଆଦି ନାରାୟଣ ଭବନକୁ କର୍ତ୍ତୁପକ୍ଷ ପୁରୁଣା ଏବଂ ବିପଜ୍ଜନକ ବୋଲି ଘୋଷଣା କରିସାରିଛନ୍ତି । ଏଠାରେ ରହୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ନୋଟିସ୍ କରାଯାଇଥିଲା । ଏହି ବିଲ୍ଡିଂରେ ୪୪ଟି ଘର ଥିଲା । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।