29.1 C
Bhubaneswar
Sunday, May 19, 2024
Homeବିଜିନେସ୍୯ ବର୍ଷରେ ନିର୍ମିତ ହୋଇଛି ୫୦ ହଜାର କିମି ଜାତୀୟ ରାଜପଥ

୯ ବର୍ଷରେ ନିର୍ମିତ ହୋଇଛି ୫୦ ହଜାର କିମି ଜାତୀୟ ରାଜପଥ

ନୂଆଦିଲ୍ଲୀ :୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର କେନ୍ଦ୍ରରେ କ୍ଷମତା ଅକ୍ତିଆର କରିବା ପରଠାରୁ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରାୟ ୫୦ ହଜାର କିମି ଲମ୍ବର ଜାତୀୟ ରାଜପଥ ନିର୍ମିତ ହୋଇସାରିଥିବା ଜଣାପଡିଛି । ୨୦୧୪ ସୁଦ୍ଧା ଦେଶରେ ୯୭,୮୩୦ କିମି ଜାତୀୟ ରାଜପଥ ନିର୍ମିତ ହୋଇଥିଲା । ତେବେ ୨୦୨୩ ମାର୍ଚ୍ଚ ସୁଦ୍ଧା ଏହା ୧,୪୫,୧୫୫ କିମିକୁ ବୃଦ୍ଧି ପାଇସାରିଲାଣି । ୨୦୧୪-୧୫ରେ ଦୈନିକ ହାରାହାରି ୧୨.୧ କିମି ଲମ୍ବ ରାଜପଥ ନିର୍ମିତ ହୋଇଥିବାବେଳେ ୨୦୨୧-୨୨ରେ ଏହା ୨୮.୬ କିମିକୁ ବୃଦ୍ଧି ପାଇଥିବା କୁହାଯାଇଛି । ଦେଶର ଅର୍ଥନୀତି ପାଇଁ ସଡକ ଓ ଜାତୀୟ ରାଜପଥର ଯଥେଷ୍ଟ ଗୁରୁତ୍ୱ ରହିଛି ।

କେବଳ ଅର୍ଥନୀତି କାହିଁକି, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ବିକାଶ ପ୍ରକ୍ରିୟାରେ ମଧ୍ୟ ସଡକ ପରିବହନ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ସଡକ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ସଡକପଥରେ ୮୫ ପ୍ରତିଶତ ଯାତ୍ରୀ ଯାତାୟାତ କରୁଥିବାବେଳେ ୭୦ ପ୍ରତିଶତ ମାଲ୍ ପରିବହନ କରାଯାଇଥାଏ । ଏଥିରୁ ଭାରତରେ ସଡକ ପରିବହନର ଗୁରୁତ୍ୱ ସହଜରେ ଅନୁମେୟ । ଭାରତରେ ୬୩.୭୩ ଲକ୍ଷ କିମିର ସଡକ ନେଟ୍‌ୱାର୍କ ରହିଛି । ଏହା ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ସଡକ ନେଟ୍‌ୱାର୍କ । ଜାତୀୟ ରାଜପଥ ଭିତ୍ତିଭୂମିର ବିକାଶ ପାଇଁ ମୋଦୀ ସରକାର ବିଗତ ନଅବର୍ଷ ମଧ୍ୟରେ ଏକାଧିକ ଯୋଜନା କାର୍ଯ୍ୟକାରି କରିଛନ୍ତି । ଭାରତମାଲା ପରିଯୋଜନା ଅନୁଯାୟୀ ୧୩୮୬ କିମି ଦୂରତ୍ୱ ବିଶିଷ୍ଟ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ୱେର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ପ୍ରଧାନମନ୍ତ୍ରୀ ମୋଦୀ ଇତିମଧ୍ୟରେ ଏହି ଏକ୍ସପ୍ରେସ୍‌ୱେର ଦିଲ୍ଲୀ-ଦୌସା-ଲାଲସଟ୍ ସେକ୍ସନକୁ ଲୋକାର୍ପିତ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking