କୋଲ୍କାତା: ଏକ ମହିଳା ସହକାରୀ ସମିତିରେ ହୋଇଥିବା କଥିତ ଅନିୟମିତତାର ତଦନ୍ତ ଭାର ସିଆଇଡି ହାତରୁ ନେଇ ସିବିଆଇ ଏବଂ ଇଡିକୁ ପ୍ରଦାନ କରିବାରେ ବିଫଳ ହେବାରୁ କଲିକତା ହାଇକୋର୍ଟ ଶୁକ୍ରବାର ପଶ୍ଚିମବଙ୍ଗ ସରକାରଙ୍କୁ ୫୦ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି ।
ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟ ପୂର୍ବରୁ ଏହି ମାମଲାର ତଦନ୍ତ ଭାରତ ଦୁଇ କେନ୍ଦ୍ରୀୟ ଏଜେନ୍ସିକୁ ଟ୍ରାନ୍ସଫର୍ ପାଇଁ ଆଦେଶ ଦେଇଥିବା ବେଳେ ମାମଲା ସମ୍ବନ୍ଧିତ ଡକ୍ୟୁମେଣ୍ଟ୍ ହସ୍ତାନ୍ତର କରିବାକୁ କହିଥିଲେ ।