27.6 C
Bhubaneswar
Saturday, July 20, 2024
Homeଦେଶ ବିଦେଶପ୍ରଶ୍ନପତ୍ର ଲିକ୍ କଲେ ୫ ବର୍ଷ ଜେଲ୍

ପ୍ରଶ୍ନପତ୍ର ଲିକ୍ କଲେ ୫ ବର୍ଷ ଜେଲ୍

ନୂଆଦିଲ୍ଲୀ : ଦେଶରେ ଲାଗୁ ହେଲା ଆଂଟି ପେପର ଲିକ୍ ଆଇନ । ପ୍ରଶ୍ନପତ୍ର ଲିକ୍ ଓ ନକଲ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ମିଳିପାରେ । ୧ କୋଟି ଟଙ୍କା ଯାଏଁ ଜରିମାନା ଦେବାକୁ ପଡିବ । ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ସର୍ବନିମ୍ନ ୩ ବର୍ଷ ଜେଲ୍ ଦଣ୍ଡ । ଏହି ଆଇନରେ ସମସ୍ତ ଅପରାଧ ଜାମିନ ବାହୀନ ହେବ । କେନ୍ଦ୍ର ସରକାର ସର୍ବସାଧାରଣ ପରୀକ୍ଷା ଏବଂ ସାଧାରଣ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ଦୃଷ୍ଟିରେ ରଖି ଏଭଳି ଅନ୍ୟାୟ ଉପରେ ରୋକ୍ ଲଗାଇବାକୁ ‘ସର୍ବସାଧାରଣ ପରୀକ୍ଷା ଅଧିନିୟମ(ପ୍ରିଭେନସନ୍ ଅଫ୍ ଅନଫେୟାର ମିନ୍ସ)’ ଆଇନ, ୨୦୨୪ କୁ ଲାଗୁ କରିଛନ୍ତି । ନିଟ ଏବଂ ୟୁଜିସି ନେଟ ପରୀକ୍ଷା ପରିଚାଳନାରେ ହୋଇଥିବା ବିଭ୍ରାଟ ଉପରେ ଏହି ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ, ନିଟ ଏବଂ ୟୁଜିସି ନେଟ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ପୂରା ଦେଶରେ ଜୋରଦାର ବିରୋଧ ଜାରି ରହିଛି। ସେପଟେ ଏହା ପରେ ଏନଟିଏ ସିଏସଆଇଆର-ୟୁଜିସି ନେଟ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଯାହା ପରୀକ୍ଷା ଜୁନ୍ ୨୫ରୁ ୨୭ତାରିଖ ମଧ୍ୟରେ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଥିଲା ।

 

 

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking