32.1 C
Bhubaneswar
Thursday, May 9, 2024
Homeଓଡିଶା୫ଟି ସଚିବଙ୍କ ଯାଜପୁର ଗସ୍ତ ଜାରି; ୬ ବ୍ଲକ୍‌ରେ ୯୫୬ କୋଟି ବ୍ୟୟରେ ମେଗା ପାଇପ୍...

୫ଟି ସଚିବଙ୍କ ଯାଜପୁର ଗସ୍ତ ଜାରି; ୬ ବ୍ଲକ୍‌ରେ ୯୫୬ କୋଟି ବ୍ୟୟରେ ମେଗା ପାଇପ୍ ଜଳ ପ୍ରକଳ୍ପ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ୬ ବ୍ଲକ୍‌ରେ ୯୫୬ କୋଟି ବ୍ୟୟରେ ହେଉଛି ମେଗା ପାଇପ୍ ଜଳ ପ୍ରକଳ୍ପ । ସେସବୁ ବ୍ଲକ୍‌ଗୁଡ଼ିକ ହେଉଛି ବଡ଼ଚଣା, ବିଞ୍ଜାରପୁର, ଦଶରଥପୁର, ଧର୍ମଶାଳା, ରସୁଲପୁର ଓ ଯାଜପୁର । ଡିସେମ୍ବର ୨୦୨୩ ଠାରୁ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବ । ସେହିପରି ସେପ୍ଟେମ୍ବର ୨୦୨୩ ସୁଦ୍ଧା ୨୨୩ କୋଟି ବ୍ୟୟରେ ହେଉଥିବା ମେଗା ଉଠାଜଳସେଚନ ପ୍ରକଳ୍ପ ଓ ୩୭୩ କୋଟି ବ୍ୟୟରେ ଇନ୍‌ଷ୍ଟ୍ରିମ ଜଳ ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ସ୍ଥିର ହୋଇଛି । ପିଇବା ପାଣି ପାଇଁ ଥିବା ସମସ୍ୟାର ଶୀଘ୍ର ସମାଧାନ କରାଯିବ । ସବୁ କାମ ଗୁଡିକ ସ୍ୱଚ୍ଛତାର ସହ କରିବା ପାଇଁ ପରାମର୍ଶ ଦେଇଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ଗୁର୍ରୁବାର ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମିଶନ ଶକ୍ତି ମହିଳା, କମ୍ୟୁନିଟି ଷ୍ଟାଫ୍‌, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର ପ୍ରତିନିଧି ଓ ଚାଷୀମାନଙ୍କୁ ଭେଟି ଅଭିଯୋଗପତ୍ର ଗ୍ରହଣ କରିବା ସହ ଧାର୍ଯ୍ୟ ସମୟରେ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଯାଜପୁର ଧର୍ମଶାଳା ନିର୍ବାଚନମଣ୍ଡଳୀ ପରେ ବିଞ୍ଝାରପୁର ଗସ୍ତ କରିଛନ୍ତି ୫ଟି ସଚିବ । ପ୍ରଥମେ ସେ ବରୁଣେଶ୍ୱର ମହାଦେବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ବେଢ଼ା ପରିକ୍ରମା ପରେ ମନ୍ଦିରର ଉନ୍ନତିକରଣ ନେଇ ବର୍ଷାରେ ଭିଜି ଭିଜି ସେବାୟତ ଓ ସ୍ଥାନୀୟ ଲୋକମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ମନ୍ଦିରଧର୍ମାନୁଷ୍ଠାନକୁ ନେଇ ଥିବା ଅଭିଯୋଗକୁ ନେଇ ଆଗାମୀ ୭ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁସି ଖବର ପାଇବେ । ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ଭଗବାନଙ୍କ ଆର୍ଶୀବାଦରେ ଏମିତି ବର୍ଷା ହେଉ । ଆପଣଙ୍କ ମାନଙ୍କ ଭଲପାଇବା ଥାଉ । ଯାଜପୁର ଜିଲ୍ଲାର ସବୁ ସ୍କୁଲ ଓ କଲେଜ ୫ଟି ରୂପାନ୍ତରରେ ସାମିଲ ହୋଇଛି ।

ଶ୍ରୀ ପାଣ୍ଡିଆନ ମିଶନ ଶକ୍ତି ମହିିଳାଙ୍କ ସହ ଆଲୋଚନା କରି କହିଛନ୍ତି ଯେ, ଯାଜପୁର ଜିଲ୍ଲାରେ ୧୭ହଜାରରୁ ଅଧିକ ମିଶନ ଶକ୍ତି ଗ୍ରୁପ ଗୋଟିଏ ବର୍ଷରେ ୫୦୦କୋଟିରୁ ଅଧିକ ଋଣ ନେଇଛନ୍ତି । ଖାଲି ପଡିଥିବା ସବୁ ସରକାରୀ ବିଲ୍ଡିଂକୁ ମରାମତି କରି ମାସେ ମଧ୍ୟରେ ମିଶନଶକ୍ତି ଗ୍ରୁପକୁ ବିନା ଭଡାରେ ହସ୍ତାନ୍ତର କରାଯିବ । ସେହିପରି ବିଏସ୍‌କେୱାଇରେ ରାଜ୍ୟ ଓ ରାଜ୍ୟ ବାହାରେ ଚିକିତ୍ସା ପାଇଁ ସୁବିଧା ପାଉଛନ୍ତି ଲୋକେ । ବଡ଼ଚଣାରେ ଥିବା ୧୮ଟି ପଞ୍ଚାୟତରେ ପିଇବା ପାଣି ପହଞ୍ଚିବ । ପିଇବା ପାଣି ଘରେ ଘରେ ପହଞ୍ଚିବା ପାଇଁ ୧୮୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଖର୍ଚ୍ଚ କରୁଛନ୍ତି । ବାଲିକୁଦାରେ ମେଗାଲିଫ୍ଟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୪୫ କୋଟି ଅନୁଦାନ ଦେଇଛନ୍ତି । ମାଧେଇପୁର ଜଳସେଚନ ପାଇଁ ୫ କୋଟି, ନାଲିଆପୁର ରାସ୍ତା ପାଇଁ ୬କୋଟି ଟଙ୍କା ମଞ୍ଜୁର କରାଯାଇଛି । ମହାବିନାୟକ ମନ୍ଦିର ଉନ୍ନତି ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିପିଆର ମିଳିବାର ୧୫ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଟଙ୍କା ମଞ୍ଜୁର କରିବେ । ମହାବିନାୟକ ଏବଂ ଚଣ୍ଡୀ ମନ୍ଦିର ଉନ୍ନତି କରଣ ହେବ । ପରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ଧର୍ମଶାଳା ନିର୍ବାଚନମଣ୍ଡଳୀର ଜାରକା ମହୋତ୍ସବ ପଡ଼ିଆରେ ଆୟୋଜିତ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଥିରେ ପ୍ରାୟ ୨୦ ହଜାର ଲୋକଙ୍କ ସମାଗମ ହୋଇଥିଲା ।

ବହୁ ପ୍ରକଳ୍ପର ବ୍ୟୟ ବରାଦ କଥା ଘୋଷଣା କରିଛନ୍ତି ୫ଟି ସଚିବ । ଏଥିରେ ୯୮ କୋଟି ବ୍ୟୟରେ ନୂଆ ୨୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ୪୧ କୋଟି ବ୍ୟରେ ସ୍ପୋଟ୍ସ ଏକାଡେମୀ ଓ ଷ୍ଟାଡିଅମ, ୨୧ କୋଟି ବ୍ୟୟରେ ଚିଲିକା ରୋଡ୍ ଦେଇ ସୟଦପୁରରୁ ଉତଙ୍ଗରା ରାସ୍ତା, ୨୯ କୋଟି ବ୍ୟୟରେ ଗରବନ୍ଧୁ-ଜୁନ୍ଧୁପୁର ରାସ୍ତା ଅନ୍ୟତମ । ବିଏସକେୱାଇରେ ରାଜ୍ୟ ଓ ରାଜ୍ୟ ବାହାରେ ଚିକିତ୍ସା ପାଇଁ ସୁବିଧା ପାଉଛନ୍ତି ଲୋକେ । ବଡଚଣାରେ ଥିବା ୧୮ଟି ପଞ୍ଚାୟତରେ ପିଇବା ପାଣି ପହଞ୍ଚିବ । ପିଇବା ପାଣି ଘରେ ଘରେ ପହଞ୍ଚିବା ପାଇଁ ୧୮୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଖର୍ଚ୍ଚ କରୁଛନ୍ତି । ବାଲିକୁଦାରେ ମେଗାଲିଫ୍ଟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୪୫ କୋଟି ଅନୁଦାନ ଦେଇଛନ୍ତି । ମାଧେଇପୁର ଇରିଗେସନ ପାଇଁ ୫କୋଟି, ନାଲିଆପୁର ରାସ୍ତା ପାଇଁ ୬କୋଟି ଟଙ୍କା ମଞ୍ଜୁର କରାଯାଇଛି । ମହାବିନାୟକ ମନ୍ଦିର ଉନ୍ନତି ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିପିଆର ମିଳିବାର ୧୫ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଟଙ୍କା ମଞ୍ଜୁର କରିବେ । ମହାବିନାୟକ ଏବଂ ଚଣ୍ଡୀ ମନ୍ଦିର ଉନ୍ନତି କରଣ ହେବ । ପ୍ରତି ଦରଖାସ୍ତର ବିଚାର କରାଯାଇ ମାସେ ମଧ୍ୟରେ ସମାଧାନ କରାଯିବ । ଏମତି ବହୁ ପ୍ରକଳ୍ପ ପାଇଁ ଅର୍ଥ ବ୍ୟବସ୍ଥା ହୋଇଛି ବୋଲି ଶ୍ରୀ ପାଣ୍ଡିଆନ ସ୍ପଷ୍ଟ କରିଛନ୍ତି । ଉକ୍ତ ଗସ୍ତକାଳରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ୍ କୃଷ୍ଣ, ଜିଲ୍ଲାପାଳ ସତ୍ୟବ୍ରତ ରାଠୋର, ଏସ୍‌ପି ଭିନିତ ଅଗ୍ରୱାଲ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରର ଅଧିକାରୀମାନେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking