ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟିର ରୂପାନ୍ତରଣ ପ୍ରକ୍ରିୟା କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଓୟୁଏଟିରେ ୭୨୭ କୋଟି ଟଙ୍କାର ବିଭିନ୍ନ ନିର୍ମାଣ କାମ ଆରମ୍ଭ ହୋଇଛି । ଏଥିରେ ୩ଟି ମେଗା ପ୍ରୋଜେକ୍ଟ କାମ ଜାରି ରହିଛି । ଓୟୁଏଟିରେ ୬୦ କୋଟିରେ ତିଆରି ହେଉଛି ଅଡିଟୋରିୟମ । ଚାଷୀଙ୍କ ପାଇଁ ନିର୍ମାଣ ହେଉଛି ସବୁଠାରୁ ବଡ଼ ଅଡିଟୋରିୟମ । ଅଡିଟୋରିୟମରେ ଥରକେ ହଜାରେ ଚାଷୀ ବସିପାରିବେ । ଚାଷୀଙ୍କ ପାଇଁ ୨୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ଚାଲିଛି । ୫୦୦ ଶଯ୍ୟା ବିଶିଷ୍ଟ ଷ୍ଟୁଡେଣ୍ଟ ନିର୍ମାଣ କାର୍ଯ୍ୟଜାରି ରହିଛି । ୫ଟି ସଚିବ ଭିକେ ପାଣ୍ଡିଆନ୍ ରୂପାନ୍ତରଣ କାମ ତଦାରଖ କରୁଛନ୍ତି । ରୂପାନ୍ତରଣ କାମ ନେଇ ଭିସିଙ୍କ ସହ ଆଲୋଚନା କରିଛନ୍ତି ୫ଟି ସଚିବ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାମ ସାରିବାକୁ ୫ଟି ସଚିବ ଗୁରୁତ୍ୱ ଦେଇଛନ୍ତି ।