26.1 C
Bhubaneswar
Tuesday, March 18, 2025
Homeଦେଶ ବିଦେଶସଡ଼କ ଦୁର୍ଘଟଣାରେ ୫ ପୋଲିସ କର୍ମୀ ମୃତ

ସଡ଼କ ଦୁର୍ଘଟଣାରେ ୫ ପୋଲିସ କର୍ମୀ ମୃତ

ଜୟପୁର: ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଉଥିବା ବେଳେ ଅଘଟଣ । ଟ୍ରକ ସହ ପୋଲିସ ଗାଡି ମୁହାଁ ମୁହିଁ ଧକ୍କା ହେବାକୁ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଜି(ରବିବାର) ସକାଳ ସମୟରେ ରାଜସ୍ଥାନ ନାଗପୁରର ଚୁରୁରେ ଏହି ଦୁର୍ଘଟଣା ଘଟିଛି । ପ୍ରଧାନମନ୍ତ୍ରୀ ରାଜସ୍ଥାନ ଗସ୍ତରେ ରହିଥିବା ବେଳେ ମୃତ ପୋଲିସ କର୍ମୀ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ଜେଏଲଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ରାଜସ୍ଥାନ ଗସ୍ତରେ ରହିଥିବା ବେଳେ ଆଜି ଖିନଭସରର ଝୁନଝୁନୁରେ ଏକ ବୈଠକ କରିବେ । ଏଥି ପାଇଁ ମୋଦିଙ୍କ ସୁରକ୍ଷାରେ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ସୁରକ୍ଷା ଦାୟିତ୍ବରେ ଯୋଗ ଦେବାକୁ ଆଜି ସକାଳୁ ଖିନଭସରରୁ ପୋଲିସ କର୍ମଚାରୀ ମାନେ ଝୁନଝୁନୁ ଅଭିମୁଖେ ବାହାରିଥିଲେ । ଚୁରୁ ଜିଲ୍ଲାର ୫୮ ନମ୍ବର ଜାତୀୟ ରାଜ୍ୟପଥରେ ଏକ ଟ୍ରକ ସହ ପୋଲିସ ଗାଡିର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୨ ଜଣ ଆହତ ହୋଇଥିଲେ । ଆହତଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି । ଦୁଇ ଆହତ ହେଉଛନ୍ତି କନେଷ୍ଟବଳ ସୁଖରାମ ଓ ହେଡ କନେଷ୍ଟବଳ ସୁଖରାମ ।

ଏନେଇ ପୋଲିସ କହିଛି ଯେ, ପୋଲିସ କର୍ମଚାରୀମାନେ ଆସୁଥିବା କାର୍ଟି ଏକ ଟ୍ରକ୍ ସହ ୫୮ ନମ୍ବର ଜାତୀୟ ରାଜ୍ୟପଥରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ୫ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । କନେଷ୍ଟବଳ ରାମକୁମାର କହିଛନ୍ତି ଯେ, ଝୁନଝୁନୁରେ ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ ଥିଲା । ସୁରକ୍ଷା ଦାୟିତ୍ୱରେ ଥିବା ୭ ଜଣ ପୋଲିସ କର୍ମଚାରୀ ସକାଳୁ କାର୍ ଯୋଗେ ଝୁନଝୁନୁ ଅଭିମୁଖେ ବାହାରିଥିଲେ । କିନ୍ତୁ କାର‌୍ୟ୍ୟକ୍ରମ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣା ଘଟିବାରୁ ୫ଜଣ ପୋଲିସ କର୍ମୀଙ୍କର ମୃତ୍ୟୁ ହୋଇଛି ।ଚୁରୁର ସୁଜାନଗଡ଼ ସଦର ପୋଲିସ ଷ୍ଟେସନ ପରିସରରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ନାଗପୁର ଜିଲ୍ଲାର ଖିନଭସର ପୋଲିସ ଷ୍ଟେସନର ପୋଲିସ୍ ରାମଚନ୍ଦ୍ର, କୁମ୍ଭାରାମ, ଥାନାରାମ, ଲକ୍ଷ୍ମଣ ସିଂ ଏବଂ ସୁରେଶଙ୍କର ମୃତ୍ୟୁ ଘଟିଥିବାବେଳେ କନଷ୍ଟେବଳ ସୁଖରାମ ଏବଂ ହେଡ୍ କନଷ୍ଟେବଳ ସୁଖରାମ ଆହତ ହୋଇଛନ୍ତି । ଆହତମାନଙ୍କୁ ଜେଏଲ୍ଏନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking