40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଡ୍ରୋନ୍ ଆକ୍ରମଣ : ୫ମୃତ, ୬ ଆହତ, ମୃତକଙ୍କ ମଧ୍ୟରେ ୨ ଭାରତୀୟ ନାଗରିକ

ଡ୍ରୋନ୍ ଆକ୍ରମଣ : ୫ମୃତ, ୬ ଆହତ, ମୃତକଙ୍କ ମଧ୍ୟରେ ୨ ଭାରତୀୟ ନାଗରିକ

ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍‌ସ ରାଜଧାନୀ ଆବୁଧାବିର ଏକ ପ୍ରମୁଖ ତୈଳ ସଂରକ୍ଷଣ ଗୋଦାମ ନିକଟରେ ଏକ ସନ୍ଦିଗ୍ଧ ଡ୍ରୋନ୍ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଭାରତୀୟ ନାଗରିକ ହୋଇଥିବା ବେଳେ ୩ ଜଣ ପାକିସ୍ତାନୀ ନାଗରିକ ଅଛନ୍ତି । ଡ୍ରୋନ୍ ଆକ୍ରମଣରେ ଏକ ପେଟ୍ରୋଲ ଟ୍ୟାଙ୍କରକୁ ଟାର୍ଗେଟ କରି ଉଡ଼ାଇ ଦେବା ଘଟଣାରେ ଏହି ଅଘଟଣ ଘଟିଛି । ଏହି ଆକ୍ରମଣ ଘଟଣାରେ ଅନ୍ୟ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ୟେମେନର ଇରାନ-ସଂଗଠିତ ହୁଥି ଆନ୍ଦୋଳନ କହିଛି ଯେ ଉପସାଗରୀୟ ରାଜ୍ୟର କର୍ତ୍ତୃପକ୍ଷ ରାଜଧାନୀ ଆବୁଧାବିରେ ଦୁଇଟି ଅଗ୍ନିକାଣ୍ଡ ଘଟିଥିବା ଖବର ପ୍ରକାଶ କରିବା ପରେ ଏହା ସଂଯୁକ୍ତ ଆରବ ଏମିରେଟ୍‌ସ ଉପରେ ଆକ୍ରମଣ କରିଛି । ଯାହା ସମ୍ଭବତଃ ଡ୍ରୋନ୍ ଦ୍ୱାରା କରାଯାଇଛି । ଆଜିର ଆକ୍ରମଣ ସମ୍ପର୍କରେ ୟୁଏଇ ପୋଲିସ୍ କହିଛି, ୩ଟି ତେଲ ଟ୍ୟାଙ୍କରରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟିଛି । ୟୁଏଇର ନୂଆ ଏୟାରପୋର୍ଟ ପାଇଁ ଚାଲିଥିବା ନିର୍ମାଣ ସ୍ଥାନରେ ମଧ୍ୟ ନିଆଁ ଲାଗିଯାଇଛି । ଡ୍ରୋନ ଦ୍ୱାରା ବିଦ୍ରୋହୀମାନେ ଏପରି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏବେ ଉଦ୍ଧାର ଓ ନିଆଁ ଲିଭା କାମ ଚାଲିଛି । ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଇ-ଇନ ଏବେ ୟୁଏଇ ଗସ୍ତରେ ଅଛନ୍ତି । ରବିବାର ୟୁଏଇର ପ୍ରଧାନମନ୍ତ୍ରୀ ଓ ଦୁବାଇ ଶାସନ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୌମଙ୍କ ସହ ମୁନ ଜାଇ-ଇନ ବୈଠକ କରିଥିଲେ । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଏକାଧିକ ଚୁକ୍ତି ହୋଇଛି । ନିଷ୍ପତ୍ତି ଅନୁଯାୟୀ, ଦକ୍ଷିଣ କୋରିଆ ଠାରୁ ୟୁଏଇ ୩.୫ ବିଲିୟନ ଡଲାର ଦେଇ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଯିବାର କ୍ଷମତା ରଖିଥିବା ମିଶାଇଲ କିଣିବ । ଏହି ଚୁକ୍ତିର ଦିନକ ପରେ ହିଁ ଏଭଳି ଡ୍ରୋନ ଆଟାକ୍ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking