27.1 C
Bhubaneswar
Thursday, July 10, 2025
Homeଅପରାଧଚାକିରୀ ଦେବା ନାଁରେ ୫ଲକ୍ଷ ଠକେଇ: ଟଙ୍କା ଫେରସ୍ତ ମାଗିବାରୁ ଯୁବତୀଙ୍କୁ ଅସଦାଚରଣ

ଚାକିରୀ ଦେବା ନାଁରେ ୫ଲକ୍ଷ ଠକେଇ: ଟଙ୍କା ଫେରସ୍ତ ମାଗିବାରୁ ଯୁବତୀଙ୍କୁ ଅସଦାଚରଣ

ଭୁବନେଶ୍ୱର: ଚାକିରୀ ଦେବା ନାଁରେ ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିବା ସହ ଟଙ୍କା ଫେରସ୍ତ ମାଗିବାରୁ ସମ୍ପୃକ୍ତ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଜଟଣୀର ବିନୟ ରାଉତରାୟ(୩୨) । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି । ଏଥିରେ ସମ୍ପୃକ୍ତ ଥିବା ଆହୁରି ୩ରୁ ୪ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ବିନୟଙ୍କ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ବୁଦ୍ଧପାର୍କ ନିକଟରେ ଏକ ଚାକିରୀ କନ୍‌ସଲଟାନ୍ସି ଅଫିସ ଥିଲା । ୨୦୨୧ ମସିହା ମାର୍ଚ୍ଚ ୧୮ ତାରିଖରେ ପୁଷ୍ପା ପ୍ରିୟଦର୍ଶିନୀ ରାଉତ ନାମ୍ନୀ ଜଣେ ଯୁବତୀଙ୍କୁ ଚାକିରୀ ଆଶାରେ ସେଠାକୁ ଯାଇଥିଲେ ।

ଏହାପରେ ବିନୟ ତାଙ୍କୁ ଏଜି ଅଫିସରେ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏବାବଦକୁ ୧ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ । ଏହାପରେ ଯୁବତୀ ଜଣକ ବିନୟଙ୍କୁ ୧ଲକ୍ଷ ଟଙ୍କା ଦେଇଥିଲେ । ସେହିପରି ଯୁବତୀଙ୍କ ଜଣେ ପୁରୁଷବନ୍ଧୁ ମଧ୍ୟ ଚାକିରୀ ପାଇଁ ବିନୟଙ୍କୁ ୧ଲକ୍ଷ ଦେଇଥିଲେ । ପରେ ଉକ୍ତ କନ୍‌ସଲଟାନ୍ସି ଅଫିସ୍ ଖାରବେଳନଗର ଥାନା ଅନ୍ତର୍ଗତ ସୂର୍ଯ୍ୟନଗରକୁ ଉଠିଆସିଥିଲା । ଏଠାକୁ ଆସିବା ପରେ ଅଭିଯୁକ୍ତ ବିନୟ ଚାକିରୀ ବାବଦକୁ ପୁଷ୍ପା ପ୍ରିୟଦର୍ଶିନୀ ଓ ତାଙ୍କ ପୁରୁଷବନ୍ଧୁଙ୍କ ଠାରୁ ଆଉ ୩ଲକ୍ଷ ଟଙ୍କା ନେଇଥିଲେ। ଏହାପରେ ବିନୟ ଏଜି ଅଫିସ ଓ ନାଲ୍‌କୋ ଅଫିସର ଦୁଇଟି ନକଲି ନିଯୁକ୍ତିପତ୍ର ପୁଷ୍ପା ଓ ତାଙ୍କ ପୁରୁଷବନ୍ଧୁଙ୍କୁ ଦେଇଥିଲେ।

ହେଲେ ପରେ ସେହି ନିଯୁକ୍ତିପତ୍ର ନକଲି ବୋଲି ଜଣାପଡ଼ିଥିଲା । ଏହାପରେ ଯୁବତୀ ଜଣକ ବିନୟଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ । ବିନୟ ଆଜିକାଲି ଦେବି କହି ଭଣ୍ଡାଇ ଚାଲିଥିଲେ । ଶେଷରେ ଗତ ୫ତାରିଖରେ ଟଙ୍କା ଦେବାକୁ ବିନୟ ସୂର୍ଯ୍ୟନଗରସ୍ଥିତ ଅଫିସକୁ ପୁଷ୍ପାଙ୍କୁ ଡାକିଥିଲେ । ସେଠାରେ ବିନୟ ପୁଷ୍ପାଙ୍କ ସହ ଅସଦାଚରଣ କରିବା ସହ ଅଶ୍ଲିଳ ଇଙ୍ଗିତ କରିଥିଲା । ଏହାପରେ ସେଠାରୁ ପୁଷ୍ପା ଖସିଆସି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ପୁଲିସ ଘଟଣାର ତଦନ୍ତ କରି ବିନୟଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking