ମୁମ୍ବାଇ: ମୁମ୍ବାଇରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ଚେମ୍ବୁର କ୍ୟାମ୍ପ ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ୪ରୁ ୫ ଘର ଭୁଶୁଡି ପଡି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଥିବା ଜଣା ପଡ଼ିଛି । ତେବେ ଘର ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକ ଭଙ୍ଗା ଘର ତଳେ ଫସି ରହି ଯାଇଥିଲେ ।
ଏଭଳି ଘଟଣା ପରେ ତୁରନ୍ତ ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା । ଘଟଣାର ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା । ପରେ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଧ୍ୱଂସାବଶେଷ ଭିତରୁ ବାହାରକୁ ଅଣାଯାଇଛି । ବାହାରକୁ ଅଣା ଯାଇଥିବା ଲୋକଙ୍କ ମଧ୍ୟରୁ ୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଥାଉ କି ଏହି ଘଟଣା ଆଜି ସକାଳ ୮ ଟାରେ ମୁମ୍ବାଇର ଚେମ୍ବୁର କ୍ୟାମ୍ପ ଅଞ୍ଚଳରେ ଘଟିଛି । ବିଏମସି ଦ୍ୱାରା ଏହି ସୂଚନା ଦିଆଯାଇଛି। ତେବେ ଗ୍ୟାସ ଫାଟିବା ଫଳରେ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି । ଗ୍ୟାସ ଫାଟିଲେ ଏଭଳି ଦୁର୍ଘଟଣା ହେଉଥିବା ବେଳେ ଏଥିପ୍ରତି ସତର୍କ ରହିବା ଆବଶ୍ୟକ ।