29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଆଟଲାଣ୍ଟିକ ମହାସାଗରେ ଆସିଛି ୫ଟି ସାଇକ୍ଲୋନ

ଆଟଲାଣ୍ଟିକ ମହାସାଗରେ ଆସିଛି ୫ଟି ସାଇକ୍ଲୋନ

ନୂଆଦିଲ୍ଲୀ : ଆଟଲାଣ୍ଟିକ ମହାସାଗରେ ଆସିଛି ଏକାଥରେ ୫ଟି ସାଇକ୍ଲୋନ ।ଇତିହାସରେ ଦ୍ୱିତୀୟଥର ପାଇଁ ଏପରି ହେବାକୁ ଯାଉଛି ।୫ଟି ଟ୍ରପିକାଲ ସାଇକ୍ଲୋନ ଆଟଲାଣ୍ଟିକରେ ରହିଛି । ୧୯୭୧ ମସିହାରେ ୫ଟି ଟ୍ରପିକାଲ ସାଇକ୍ଲୋନ ଆଟଲାଣ୍ଟିକରେ ଦେଖିବାକୁୂ ମିଳିଥିଲା । ଏବେ ଆଟଲାଣ୍ଟିକ ମହାସାଗରରେ ସୃଷ୍ଟି ହୋଇଥିବା ୫ ଟି ସାଇକ୍ଲୋନ ହେଉଛି ପାଉଲେଟ, ସାଲେ, ଚେଡି, ଭକ୍ଟକ୍ଟଳ ଏବଂ ରେନେ । ସାଲି ଏକ ହରିକେନ ହୋଇଥିବା ବେଳେ ଅନ୍ୟସବୁ ଟ୍ରପିକାଲ ସାଇକ୍ଲୋନ ଅଟନ୍ତି । ଏବେ ମହାସାଗରରେ ବଳ ଗୋଟାଉଛନ୍ତି ଟେଡି ଓ ଭିକି । ଏଥିସହ ବାତ୍ୟା ରାନେ କ୍ରମଶଃ ଦୁର୍ବଳ ହେଉଛି ।
ଆମେରିକା ଆଡ଼କୁ ମୁହାଁଉଛି ବାତ୍ୟା ପାଉଲେଟ । ମେକ୍ସିକୋ ଆଡକୁ ମୁହାଁଉଛି ବତ୍ୟୋ ସାଲେ । ସୋମବାର ସକାଳେ ବରୁମୁଡ଼ାରେ ଲ୍ୟାଣ୍ଡଫଲ କରିଛି ପାଉଲେଟ । ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି । ଆଜି ପବନର ବେଗ ଘଣ୍ଟା ପ୍ରତି ୧୧୧ ମାଇଲ ହେବ ବୋଲି କୁହାଯାଇଛି । ଏହା ସମୁଦ୍ର ଭିତରେ ପ୍ରଭାବ ଦେଖାଇବ କିନ୍ତୁ ସ୍ଥଳଭାଗରେ ପ୍ରଭାବ ରହିବ ନାହିଁ। ସମୁଦ୍ରରେ ୭ରୁ ୧୧ ଫୁଟ ଜୁଆର ବଢିପାରେ । ଘୂର୍ଣ୍ଣିବଳୟ ସାଲିର ପ୍ରଭାବରେ ଗଳ୍ଫ କୋଷ୍ଟରେ ଭୟଙ୍କର ବନ୍ୟା ପରିସ୍ଥିତି ଥିବାରୁ ଲୋକଙ୍କୁ ବାଧ୍ୟତାମୂଳକ ଭାବେ ସ୍ଥାନାନ୍ତର କରାଯାଇଛି । ଏହା ଲୁସିଆନା ମିସିସିପି ଭିତରେ ଲ୍ୟାଣ୍ଡଫଲ କରିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking