27.1 C
Bhubaneswar
Tuesday, July 15, 2025
Homeଅପରାଧ୪୧୭ କିଲୋ ଗଂଜେଇ ଜବତ, ୨ ଗିରଫ

୪୧୭ କିଲୋ ଗଂଜେଇ ଜବତ, ୨ ଗିରଫ

ରାୟଗଡ଼ା: ରାୟଗଡା ଜିଲ୍ଲା ଗୁଡାରି ପୁଲିସକୁ ମିଳିଛି ବଡ଼ ସଫଳତା। ଗଂଜେଇ ଜବତ କରିବା ସହ ଦୁଇ ଜଣ ଆସାମୀକୁକ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସଂଜୟ ରଇତ ଏବଂ ଅଜିର ରଇତ। ବିଶେଷ ସୂତ୍ରରୁ ଖବର ପାଇ ଗୁଡାରି ଆଇଆଇସିଙ୍କ ନେତୃତ୍ବରେ ପାଟ୍ରୋଲିଂ କରୁଥିବା ପୁଲିସ ଟିମ୍‌ ଏକ ବୋଲେରୋ (ଓଆର-୭-କେ-୦୪୫୪) ଦ୍ରୁତଗତିରେ ଆସୁଥିବା ଦେଖି ଅଟକାଇଥିଲେ। ବ‌ୋଲେରୋକୁ ଯାଞ୍ଚ କରିବା ପରେ ସେଥିରେ ୧୨ଟି ବ୍ୟାଗରେ ଗଂଜେଇ ରଖାଯାଇଥିବା ପୁଲିସ ଜାଣିପାରିଥିଲା। ତୁରନ୍ତ ବୋଲେରୋରେ ଗଂଜେଇ ଚାଲାଣ କରୁଥିବା ଦୁଇ ଆସାମୀକୁ ଗିରଫ କରିଥିଲେ। ପରେ ଗଂଜେଇକୁ ଓଜନ କରିବା ପରେ ସେଥିରେ ୫୧୭ କିଲୋ ଗଂଜେଇ ରହିଥିବା ଜଣାପଡିଥିଲା। ଗିରଫ ହୋଇଥିବା ଦୁଇ ଜଣ ଆସାମୀ ହେଲେ ଗଂଞ୍ଜାମ ଖିଲବାଡି ଗ୍ରାମର ସଂଜୟ ରଇତ ଏବଂ ଗଜପତି ଜିଲ୍ଲାର ପାଳକୁଆ ଗ୍ରାମର ଅଜିର ରଇତ। ଏମାନେ ଗଂଜେଇକୁ ବାହାର ରାଜ୍ୟକୁ ଚାଲାଣ କରୁଥିବା ସ୍ବୀକାର କରିଛନ୍ତି। ବାହାର ରାଜ୍ୟରେ ଗଂଜେଇର ଦାମ ଆକାଶ ଛୁଆଁ ରହିଥିବାରୁ ଯୁବଗୋଷ୍ଠୀ ରାତାରାତି ଧନୀ ହେବାର ନିଶାରେ ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ରହୁଥିବା କୁହାଯାଇଛି। ପୁଲିସ ଦୁଇ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking