28.1 C
Bhubaneswar
Sunday, May 12, 2024
Homeଅପରାଧନାବାଳିକା ଅସଦାଚରଣ ଅଭିଯୁକ୍ତକୁ ୪ବର୍ଷ ଜେଲ

ନାବାଳିକା ଅସଦାଚରଣ ଅଭିଯୁକ୍ତକୁ ୪ବର୍ଷ ଜେଲ

କେନ୍ଦୁଝରଗଡ଼ : ଜଣେ ୧୫ବର୍ଷର ନାବାଳିକାକୁ ଅସଦାଚରଣ ଅଭିଯୁକ୍ତକୁ ଅତିରିକ୍ତ ଜିଲା ଓ ଦୌରାଜଜ୍‌‌ ତଥା ସ୍ୱତନ୍ତ୍ର ବିଚାରପତି ପକ୍ସୋ କେନ୍ଦୁଝରଙ୍କ ଅଦାଲତ ସୋମବାର ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ତୁରୁମୁଙ୍ଗା ଥାନା ଚିଲିଦା ଗ୍ରାମର ଜଣେ ୧୫ବର୍ଷୀୟା ନାବାଳିକା ୭ ନଭେମ୍ବର ୨୦୧୮ ସନ୍ଧ୍ୟା ପ୍ରାୟ ୭ଟା ୩୦ମି.ରେ ନିକଟସ୍ଥ ନାଳକୁ ଶୌଚ ପାଇଁ ଯାଇଥିବା ବେଳେ ପଡୋଶୀ ଅଜୟ ନାଏକ ଅସଦାଚରଣ କରିଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲା ଓ ଦୌରାଜଜ୍‌‌ ତଥା ସ୍ୱତନ୍ତ୍ର ବିଚାରପତି ପକ୍ସୋ କେନ୍ଦୁଝର ଶୁଭଶ୍ରୀ ତ୍ରିପାଠୀ ଅଭିଯୁକ୍ତ ଅଜୟ ନାଏକକୁ ଦୋଷୀ ସାବ୍ୟସ୍ତ କରି ୪ବର୍ଷ ଜେଲ ଓ ୨ହଜାର ଟଙ୍କା ଜୋରିମାନା ଆଦେଶ କରିଥିବା ବେଳେ ଜୋରିମାନା ଅନାଦେୟ ଅଧିକ ୪ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ଏଥିସହ ପୀଡିତାକୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି। ପୀଡିତାଙ୍କ ପକ୍ଷରୁ ସ୍ପେଶାଲ ପି.ପି. ଗଣେଶ ପ୍ରସାଦ ମହାପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking