35.1 C
Bhubaneswar
Monday, May 13, 2024
Homeଦେଶ ବିଦେଶଦୁର୍ଘଟଣାରେ ଚାଲିଗଲା ୪ଜଣ ଲୋକପ୍ରିୟ ଭୋଜପୁରୀ କଳାକାରଙ୍କ ଜୀବନ

ଦୁର୍ଘଟଣାରେ ଚାଲିଗଲା ୪ଜଣ ଲୋକପ୍ରିୟ ଭୋଜପୁରୀ କଳାକାରଙ୍କ ଜୀବନ

ପାଟନା : ବିହାର ରଜ୍ୟର କୈମୁର ଜିଲ୍ଲାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ, ଏସୟୁଭି ଏବଂ ମୋଟରସାଇକେଲ ପରସ୍ପର ସହ ଧକ୍କା ହେବା ଫଳରେ ପ୍ରାଣ ହରାଇଥିବା ୯ଜଣଙ୍କ ମଧ୍ୟରେ ଭୋଜପୁରୀ ଗାୟକ ଛୋଟୁ ପାଣ୍ଡେ ଥିଲେ। ଏହା ବ୍ୟତୀତ ଭୋଜପୁରୀ ଅଭିନେତ୍ରୀ ଆଞ୍ଚଲ ତିୱାରୀ, ସିମରନ୍ ଶ୍ରୀବାସ୍ତବ ଏବଂ ଅନ୍ୟ ଜଣେ କଳାକାର ମଧ୍ୟ ଏହି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଏହି ୪ଜଣକ ବ୍ୟତୀତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକମାନେ ହେଲେ ପ୍ରକାଶ ରାମ, ଦଧିବଲ ସିଂ, ଅନୁ ପାଣ୍ଡେ, ଶଶି ପାଣ୍ଡେ, ସତ୍ୟ ପ୍ରକାଶ ମିଶ୍ର ଏବଂ ବାଗିଶ ପାଣ୍ଡେ । ଦୁଇଜଣ ମହିଳାଙ୍କ ସମେତ ୮ଜଣଙ୍କୁ ନେଇ ଯାଉଥିବା ଏକ ଏସୟୁଭି ପ୍ରଥମେ ଏକ ମୋଟରସାଇକେଲକୁ ଧକ୍କା ଦେଇଥିଲା। ଏହା ପରେ ଉଭୟ ଏସୟୁଭି ଏବଂ ବାଇକ୍ ରାସ୍ତାର ଅନ୍ୟ ପାର୍ଶ୍ବକୁ ଚାଲିଯାଇଥିଲେ ଯେଉଁଠାରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ସେମାନଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ମୋଟରସାଇକେଲ ଡ୍ରାଇଭର ସମେତ ସମସ୍ତ ନଅ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking